Sat. Sep 26th, 2026

ଦୁଇଟି ସ୍ଥାନରେ ଓଡ଼ିଶା-ଛତିଶଗଡ଼ ସୀମାକୁ ସିଲ୍ କଲା ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ

223 Views

ଝାରସୁଗୁଡ଼ା : କରୋନାର କଟକଣା ପାଇଁ ରାଜ୍ୟ ସରକାର ଗତକାଲି ଓଡ଼ିଶା-ଛତିଶଗଡ଼ ସୀମାକୁ ସିଲ୍ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଦୁଇଟି ସ୍ଥାନରେ ଏହି ସୀମାକୁ ସିଲ୍ କରିଛି। ଏଥିମଧ୍ୟରୁ ପ୍ରଥମ ଜାଗାଟି ହେଲା ଜାତୀୟ ରାଜପଥ-୪୯ରେ କନକତୋରା ଗାଁରେ ଥିବା ସୀମା । ଅନ୍ୟଟି ହେଲା ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା କନ୍ଦେଇକେଲା ନିକଟସ୍ଥ ଲାରଚୌକ୍ ଏବଂ ଏକତାଲ ଛକ।

ଏଠାରୁ ବାହାର ରାଜ୍ୟର ଗାଡ଼ି ଭିତରେ ପ୍ରବେଶ ନ କରିବା ଉପରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଗୁରୁତ୍ୱ ଦେଇଛନ୍ତି। ତେବେ ଉଭୟ ରାଜ୍ୟରୁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାତାୟତ କରୁଥିବା ଗାଡ଼ିଗୁଡ଼ିକ ଉପରେ ସେହି କଟକଣା ଲାଗୁ ହେବ ନାହିଁ ବୋଲି ଜଣାଯାଇଛି। ମାର୍ଚ ୨୫ ତାରିଖରୁ ଏପ୍ରିଲ୍ ୧୪ ତାରିଖ ଯାଏଁ ଓଡ଼ିଶା-ଛତିଶଗଡ଼ ସୀମାକୁ ସିଲ୍ କରାଯାଇଥିବା ଜଣାଯାଇଛି। ଏହା ଫଳରେ ବିଶେଷ କିଛି ଅସୁବିଧା ହେଉ ନଥିବା ପରିଲକ୍ଷିତ ହୋଇଛି।।

By amfnews

Related Post