Sun. Sep 13th, 2026

ଦୁଇଜଣ ମହିଳାଙ୍କଲାଗି ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ-କହିଲେ ଜଣେ ଅଭିନେତା-ନିର୍ମାତା

409 Views

ନୂଆଦିଲ୍ଲୀ 5th April 2019: ଲୋକସଭା ନିର୍ବାଚନପରେ ଦୁଇ ଜଣ ମହିଳାଙ୍କ ଯୋଗୁଁ ପୁଣି ଥରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ ବୋଲି ବଲିଉଡର ଜଣେ ଅଭିନେତା-ନିର୍ମାତା ନିଜର ବିଶ୍ଲେଷଣ ଜରିଆରେ କହିଛନ୍ତି। ସେ କହିଛନ୍ତି ଯେ ବିଜେପିର ବିଜୟପଥ ସୁନିଶ୍ଚିତ । ଏଥିପାଇଁ ଦୁଇ ଜଣ ମହିଳାଙ୍କୁ ଦାୟୀ କରିଛନ୍ତି। ଏହି ବଲିଉଡ ଅଭିନେତା-ନିର୍ମାତାଜଣକ ହେଲେ କମାଲ୍‌ ରସିଦ୍‌ ଖାନ୍‌।

ସେ ନିଜର ଟୁଇଟର୍‌ରେ ଲେଖିଛନ୍ତି‘ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କ ଯୋଗୁଁ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ।’ ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ମମତା ଦିଦି କୌଣସି ଦଳ ସହିତ ମେଣ୍ଟ କରିନାହାନ୍ତି। କାରଣ ସେ ନିଜେ ପ୍ରଧାନମନ୍ତ୍ରୀ ପଦବୀର ଦାବିଦାର।ମାୟାବତୀ  ଉତ୍ତର ପ୍ରଦେଶରେ କଂଗ୍ରେସ ସହିତ ମେଣ୍ଟ କରିଲେ ନାହିଁ, କାରଣ ସେ ବି ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି। ଏହି ଦୁଇ ମହିଳାଙ୍କ ଯୋଗୁଁ ବିଜେପି ଅଧିକ ଆସନରେ ବିଜୟୀ ହେବ। ଏହିଭଳି ଭାବେ ମାୟାବତୀ ଓ ମମତା ବାନାର୍ଜୀ ପରୋକ୍ଷ ଭାବେ ମୋଦୀଙ୍କୁ ସମର୍ଥନ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି କମାଲ୍‌ ରସିଦ ଖାନ୍‌ ।

By amfnews

Related Post