Fri. Jul 10th, 2026

ଦୁଇଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍‌, ୨ ଗିରଫ

204 Views

ଭୁବନେଶ୍ବର  : ସାଲିଆସାହି ତାରିଣୀନଗର ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍‌ ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ଉଭୟ ପକ୍ଷର ୨ଜଣଙ୍କୁ ଗିରଫ କରିଛି। ଗୋଟିଏ ପକ୍ଷର ବୈକୁଣ୍ଠ ବିହାରୀ ପ୍ରଧାନ(୨୫) ଓ ଅନ୍ୟପକ୍ଷର ମନ୍ଦର ସାହୁ(୩୭)କୁ ପୁଲିସ ଗିରଫ କରିଛି। ବୈକୁଣ୍ଠର ଘର ତାରିଣୀନଗର ଓ ମନ୍ଦରର ଘର ବାଜପେୟୀନଗର ଅଞ୍ଚଳରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୈକୁଣ୍ଠ ଓ ମନ୍ଦର ମଧ୍ୟରେ ବିବାଦ ଲାଗି ରହିଥିଲା। ଶୁକ୍ରବାର ସନ୍ଧ୍ୟାରେ ମନ୍ଦର ତାରିଣୀନଗର ଛକ ନିକଟ ତାଙ୍କ ଚା’ ଦୋକାନରେ ବସିଥିବା ସମୟରେ ବୈକୁଣ୍ଠ ଓ ତାର ସହଯୋଗୀମାନେ ତାକୁ ନିସ୍ତୁକ ମାଡ଼ ମାରିଥିଲେ। ମନ୍ଦରର କେତେକ ସହଯୋଗୀ ଏହା ଦେଖି ପାଲଟା ଆକ୍ରମଣ କରିଥିଲେ। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ଆଣିଥିଲା। ଏନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରିଥିଲା।

By amfnews

Related Post