Mon. Oct 5th, 2026

ଦୁଇ ଲୁଟେରା ଗିରଫ, ମୋବାଇଲ୍‌ ଜବତ

234 Views

ଭୁବନେଶ୍ୱର: ବର୍ଷେ ପରେ ଖାରବେଳନଗର ଥାନା ପୁଲିସ ଦୁଇ ଲୁଟେରାଙ୍କୁ ଗିରଫ କରିବା ସହ ଗୋଟିଏ ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେମାନେ ହେଲେ ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳର ବିଜ୍ଞାନ ରଞ୍ଜନ ଦାସ(୧୯) ଓ ବିଜୟ ମହାପାତ୍ର(୨୦)। ୨୦୧୭ ଜୁନ୍‌ ୧୬ ତାରିଖରେ ଅସିତ ସାହୁ ନାମକ ଜଣେ ବ୍ୟକ୍ତି ସତ୍ୟନଗର ସ୍ଥିତ ଘରକୁ ଫେରୁଥିଲେ। କାଳୀମନ୍ଦିର ନିକଟରେ ଲୁଟେରା ଦ୍ୱୟ ଏକ ବାଇକ୍‌ରେ ଆସି ତାଙ୍କୁ ମାଡ଼ ମରିବା ସହ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଏନେଇ ଅସିତ ଥାନାରେ ଅଭିଯୋଗ କରିଥିଲେ। ରବିବାର ରାତିରେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା। ଥାନାକୁ ଆଣି ପଚରଉଚରା ପରେ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

By amfnews

Related Post