Fri. May 22nd, 2026

ଦୁଇ ଦିନିଆ ୟୁଏଇ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

262 Views

ଭୁବନେଶ୍ବର : ଆଜି ଠାରୁ ଦୁଇ ଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ସହ ଉଚ୍ଚସ୍ତରୀୟ ସରକାରୀ ଅଧିକାରୀ ଓ ବ୍ୟବସାୟିକ ପ୍ରତିନିଧି ଦଳ ଏହି ଗସ୍ତରେ ସାମିଲ ହୋଇଛନ୍ତି। ଶ୍ରୀ ପ୍ରଧାନ ୟୁଏଇ ମନ୍ତ୍ରୀ ସୁଲତାନ ଅହମ୍ମଦ ଅଲ୍‌ ଜାବେରଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଆବୁଧାବୀ ଅନ୍ତରାଷ୍ଟ୍ରୀୟ ପେଟ୍ରୋଲିୟମ୍ ପ୍ରଦର୍ଶନୀ ଓ ସମ୍ମିଳନୀ(ଆଡିପେକ୍)‌େର ଯୋଗ ଦେବେ। ସେହି ଦିନ ଏକ ମନ୍ତ୍ରୀ ସ୍ତରୀୟ ବୈଠକରେ ମଧ୍ୟ ସେ ଅଂଶଗ୍ରହଣ କରିବେ। ଶ୍ରୀ ପ୍ରଧାନ ଓ ୟୁଏଇ ମନ୍ତ୍ରୀ ମିଳିତ ଭାବେ ଏଫ୍‌ଆଇପିଆଇ, ଡିଜିଏଚ୍‌ ଓ ସିଆଇଆଇ ସହଯୋଗରେ ହୋଇଥିବା ଭାରତ ପ୍ୟାଭିଲିୟନ୍‌କୁ ଉଦ୍‌ଘାଟନ କରିବେ। ଏହି ଅବସରରେ ଡିଜିଏଚ୍‌ ପକ୍ଷରୁ ଭାରତର ଅନ୍ବେଷଣ ଓ ଉତ୍ପାଦନ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ଏକ ରୋଡ୍‌ ସୋ’ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି।

ଗସ୍ତ କାଳରେ ଶ୍ରୀ ପ୍ରଧାନ ସେଠାକାର ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ଭେଟି ହାଇଡ୍ରୋକାର୍ବନ, ଇସ୍ପାତ କ୍ଷେତ୍ର ସମ୍ବନ୍ଧରେ ଆଲୋଚନା କରିବା ସହ ଭାରତ ଓ ୟୁଏଇ ମଧ୍ୟରେ ଚାଲୁଥିବା ସମସ୍ତ ବ୍ୟବସାୟିକ କାମ ଉପରେ ଚର୍ଚ୍ଚା କରିବେ। ସେହିପରି କେନ୍ଦ୍ର ମନ୍ତ୍ରୀ ଆଡିପେକ୍-୨୦୧୯ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆନ୍ତର୍ଜାତିକ ଉର୍ଜା ସଂଗଠନର ମୁଖ୍ୟ ଏବଂ ବିଶ୍ବ ତୈଳ ଓ ଗ୍ୟାସ କମ୍ପାନିର ସିଇଓଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ମଧ୍ୟ ପୂର୍ବ ଦେଶଗୁଡ଼ିକରେ ଇସ୍ପାତ ଯୋଗାଣର ସମ୍ଭାବନା ଉପରେ ମଧ୍ୟ ଗୁରୁତ୍ବାରୋପ କରିବାର କାର୍ଯ୍ୟକ୍ରମ ରହିଛି।

By amfnews

Related Post