Sun. Sep 13th, 2026

ଦୀର୍ଘ ୯ ମାସ ପରେ ଲାଗିଲା କାଳିଆର ଡ଼ୋରି: ସକାଳ ସାଢ଼େ ୭ଟାରୁ ଦର୍ଶନ ଆରମ୍ଭ

283 Views

ପୁରୀ ,ଡିସେମ୍ବର 23 : ଦୀର୍ଘ ୯ ମାସ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ମାର୍କେଟ୍‌ ଛକରୁ ବାରିକେଡ୍‌ କରି ଭକ୍ତଙ୍କୁ ସିଂହଦ୍ବାରଠାରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୭ଟାରୁ ଦର୍ଶନ ଆରମ୍ଭ ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା, ସାନିଟାଇଜର ବ୍ୟବସ୍ଥା କରାଯାଇଛି।

କରୋନା ମହାମାରୀ ପାଇଁ ମାର୍ଚ ୨୦ରୁ ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ ରଖାଯାଇଥିଲା। କେବଳ ନୀତିକାନ୍ତି ସ୍ବାଭାବିକ ଚାଲିଥିଲା। ବିଭିନ୍ନ ମହଲରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦାବି ପରେ ଆସନ୍ତାକାଲିଠାରୁ ବିଧିବଦ୍ଧ ଭାବେ ଶ୍ରୀମନ୍ଦିର ଖୋଲିବାକୁ ଯାଉଛି। ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସୂଚନା ମୁତାବକ, ଆସନ୍ତାକାଲିଠାରୁ ସେବାୟତଙ୍କ ଦର୍ଶନ ଆରମ୍ଭ ହେବ। ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ସେମାନଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବେ। 

ସକାଳ ସାଢ଼େ ୭ଟାରୁ ରାତ୍ର ପହୁଡ଼ ପର୍ଯ୍ୟନ୍ତ ଦର୍ଶନ ଚାଲିବ। ଚାରିଦ୍ବାରରେ ସେବାୟତ ଓ ସେମାନଙ୍କ ପରିବାର ଦର୍ଶନ ପାଇଁ ଯିବେ ଓ ଚାରିଦ୍ବାରରେ ପ୍ରସ୍ଥାନ କରି ପାରିବେ। ଡିସେମ୍ବର ୨୬ରୁ ୩୧ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ଦର୍ଶନ ଆରମ୍ଭ ହେବ। ସକାଳ ସାଢ଼େ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ। ୩୧ ତାରିଖ ସଂଧ୍ୟାରେ ଦର୍ଶନ ବନ୍ଦ ହେବ। ଡିସେମ୍ବର ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଜିଲ୍ଲା ବାହାର ଭକ୍ତମାନେ ଏହି ଦିନଠାରୁ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ। ଏଥିପାଇଁ ପୂରାବଡ଼ଦାଣ୍ଡର ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ନଜର ରଖାଯାଇଛି।

By amfnews

Related Post