Sun. Sep 13th, 2026

ଦୀର୍ଘ ସାଢେ ପାଞ୍ଚମାସ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିର

446 Views

ପୁରୀ, ସେପ୍ଟେମ୍ୱର ୧ : ମହାମାରୀ କରୋନା କାରଣରୁ ଦୀର୍ଘ ସାଢେ ୫ ମାସ ଧରି ବନ୍ଦ ରହିବା ପରେ କରୋନା କଟକଣା ଭିତରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଦିନକୁ ମୋଟ ଅଢେଇ ହଜାର ପର୍ଯ୍ୟଟକଙ୍କୁ କୋଣାର୍କ ମନ୍ଦିର ଦର୍ଶନ କରିବାକୁ ଅନୁମତି ମିଳିଛି। ସକାଳୁ ଅପରାହ୍ନ ୧ଟା ମଧ୍ୟରେ ୧୫ଶହ ଏବଂ ଅପରାହ୍ନରେ ହଜାରେ ପର୍ଯ୍ୟଟକଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ। କଟକଣା ଦୃଷ୍ଟିରୁ ଟିକେଟ୍‌ରେ ବାରକୋଡ୍ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ପ୍ରବେଶ କରୁଥିବା ସମସ୍ତ ପର୍ଯ୍ୟଟକଙ୍କ ସ୍କ୍ରିନିଂ ସହ କେନ୍ଦ୍ର ସରକାରଙ୍କ ଏସ୍ଓପିକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି ।

By amfnews

Related Post