Sun. Aug 23rd, 2026

ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ

225 Views

ନୂଆଦିଲ୍ଲୀ  : ଦିଲ୍ଲୀରେ ଜଣେ ଓଡ଼ିଆ ମହିଳାଙ୍କୁ ଦୈନିକ ଖବରକାଗଜର ଜଣେ ସାମ୍ବାଦିକ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ପରେ ସଂପୃକ୍ତ ସାମ୍ବାଦିକଙ୍କ ନାଁରେ ଏତଲା ଦିଆଯାଇଛି। ହେଲେ ଏଯାଏ ତାଙ୍କୁ ଗିରଫ କରାଯାଇ ନାହିଁ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗୁରୁଗ୍ରାମ ଅଞ୍ଚଳରେ ରହୁଥିବା ସାମ୍ବାଦିକଙ୍କ ଘରେ ମହିଳା ଜଣକ କାମ କରୁଥିଲେ। ତେବେ ଗତ ୪ ତାରିଖ ରାତିରେ ସାମ୍ୱାଦିକ ଜଣକ ମହିଳାଙ୍କ କୋଠରିକୁ ଯାଇ ଅଶ୍ଲୀଳ ଆଚରଣ କରିଥିଲେ। ମହିଳା ଜଣକ କୌଣସି ପ୍ରକାରେ ସେଠାରୁ ଖସି ଆସି ତାଙ୍କର ଜଣେ ବନ୍ଧୁଙ୍କ ଘରେ ଆଶ୍ରୟ ନେଇଥିଲେ। ଏହାପରେ ସେ ପୁଲିସ ନିକଟରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ସଂପୃକ୍ତ ସାମ୍ବାଦିକଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

By amfnews

Related Post