Sun. Sep 13th, 2026

ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିଲେ ୧୦ଟି ସିଙ୍ଗାପୁର ତିଆରି କରିହେବ : ଅରବିନ୍ଦ କେଜ୍ରିଓ୍ଵାଲ

389 Views

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ଯେ ଯଦି ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ, ତେବେ ଦିଲ୍ଲୀ ଭିତରେ ୧୦ଟି ସିଙ୍ଗାପୁର ତିଆରି କରିହେବ। କେଜ୍ରିଓ୍ଵାଲ ପଡପଡଗଂଜରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମର୍ଯ୍ୟାଦା ମିଳୁ। ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମର୍ଯ୍ୟାଦା ନ ମିଳିଲେ ଦିଲ୍ଲୀର ବିକାଶ ଅସମ୍ଭବ। ସେ କହିଛନ୍ତି ଦିଲ୍ଲୀର ଲୋକେ ୧.୫ ଲକ୍ଷ କୋଟି ଟଙ୍କାର ଆୟକର ଦେଉଛନ୍ତି,କିନ୍ତୁ କେନ୍ଦ୍ର ଦିଲ୍ଲୀକୁ ମାତ୍ର ୩୨୫ କୋଟି ଟଙ୍କା ଦେଉଛନ୍ତି।

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନକୁ ସମ୍ଭାଳିପାରୁ ନାହାଁନ୍ତି, ସେତେବେଳେ ଦିଲ୍ଲୀ ପୁଲିସକୁ କିପରି ସମ୍ଭାଳିବେ। କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କ ପ୍ରଗତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲ୍‌। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୈତିକ ଶତ୍ରୁତା ହେତୁ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ବିକାଶ ଚାହୁଁ ନାହାନ୍ତି।

By amfnews

Related Post