Sun. May 17th, 2026

ଦିଲ୍ଲୀ ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରତପତିଙ୍କ ପତ୍ନୀ, ଝିଅଙ୍କୁ ବନ୍ଧକ ରଖି ୨୦ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଲୁଟ୍‌

218 Views

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଞ୍ଚଲ୍ୟ। ଦିଲ୍ଲୀ ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଘରେ ତାଙ୍କ ପତ୍ନୀ ଓ କନ୍ୟାଙ୍କୁ ବନ୍ଧକ ରଖି ବିଚାରପତିଙ୍କ ଘରେ କାର୍ଯ୍ୟ କରୁଥିିବା କର୍ମଚାର ଓ ତାଙ୍କ ସହଯୋଗୀ ୨୦ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଲୁଟି ନେଇଛନ୍ତି। ଲୁଟ୍‌ ଘଟଣାର ଦୀର୍ଘ ସମୟ ପରେ ବିଚାରପତିଙ୍କ ଝିଅ କୌଣସି ପ୍ରକାରେ ନିଜକୁ ମୁକ୍ତ କରି ଏ ନେଇ ପୁଲିସକୁ ସୂଚନା ଦେଇଛନ୍ତି। ପୁଲିସ ସୂଚନା ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁୟୀ, ଗତ ସୋମବାର ଦିନ ରାତିରେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଦଲ୍ଲୀପ କୁମାର କାପୁରଙ୍କ ଫ୍ରେଣ୍ଡସ କଲୋନିସ୍ଥିତ ଘରେ ତାଙ୍କ ୭୮ ବର୍ଷୀୟା ପତ୍ନୀ ରିବା କାପୁର ଓ ୪୫ ବର୍ଷୀୟା ଝିଅ ଥିିବା ବେଳେ ଘରୋଇ ସହାୟକଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକ ନିଜର କେତେକଜଣ ସହଯୋଗୀଙ୍କ ସହିତ ମିଶି ସେମାନଙ୍କୁ ଘର ଭିତରେ ବନ୍ଧକ ରଖିଥିଲେ। ପରେ ଅଭିଯୁକ୍ତମାନେ ଘର ଭିତରେ ଭଙ୍ଗାରୁଜା କରି ନଗଦ ଟଙ୍କା ଓ ସୁନା ଅଳଙ୍କାର ମିଶାଇ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଲୁଟ୍‌ କରିବା ପରେ ରିବା କାପୁରଙ୍କ କାର ଧରି ଦୁର୍ବୃତ୍ତମାନେ ଫୋରର ହୋଇ ଯାଇଥିଲେ।

ରିବା କାପୁର ପୁଲିସକୁ କହିଛନ୍ତି ଯେ ଦୁର୍ବୃତ୍ତମାନେ ଲୁୁଟ୍‌ ଉଦ୍ୟମ କରିବାରୁ ତାଙ୍କ ଝିଅ ଏହାର ବିରୋଧ କରିଥିଲେ। ଫଳରେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ।

By amfnews

Related Post