Sat. Aug 15th, 2026

ଦିଲ୍ଲୀ ବିଧାନସଭା ନିର୍ବାଚନ ମତଦାନ ପରେ ଶାହୀନବାଗ ଆବେଦନର ଶୁଣାଣି

229 Views

ନୂଆଦିଲ୍ଲୀ : ଦିଲ୍ଲୀ ଶାହୀନବାଗରେ ଚାଲିଥିବା ଆନ୍ଦୋଳନକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି ସୋମବାରକୁ ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ଆବେଦନର ଶୁଣାଣି ଥିଲା। ହେଲେ ଆସନ୍ତାକାଲି ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ରହିଛି। ଆଜି ଯଦି ଆବେଦନର ଶୁଣାଣି ହେବ ତା’ହେଲେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ କୋର୍ଟ ଏହି ଆବେଦନର ଶୁଣାଣି ସୋମବାରକୁ ଘୁଞ୍ଚାଇଛନ୍ତି।

ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର)କୁ ବିରୋଧ କରି ପାଖାପାଖି ଦୁଇ ମାସ ହେବ ଦିଲ୍ଲୀ ଶାହୀନବାଗରେ ଆନ୍ଦୋଳନ ହେଉଛି। ଆନ୍ଦୋଳନ ହେବା ଫଳରେ କାଲିନ୍ଦୀ କୁଞ୍ଜ-ଶାହୀନବାଗର ରାସ୍ତା ବନ୍ଦ ରହିଛି। ଫଳରେ ଏହି ରାସ୍ତା ବନ୍ଦ ଥିବାରୁ ଲୋକମାନେ ଯିବା ଆସିବା କରିପାରୁ ନାହାନ୍ତି।

ବିଜେପିର ପୂର୍ବତନ ବିଧାୟକ ନନ୍ଦ କିଶୋର ଏହି ସମସ୍ୟାର ସମାଧାନ ପାଇଁ ଶୀଘ୍ର ଶୁଣାଣି କରିବାକୁ ଆବେଦନ କରିଥିଲେ। ଏମିତିକି ସର୍ବସାଧାରଣ ଜାଗାରେ ଆନ୍ଦୋଳନ ହେଉଥିବା ବେଳେ କୋର୍ଟ ଏକ ଗାଇଡଲାଇନ୍ ଜାରି କରିବା ଦରକାର ବୋଲି ସେ ଆବେଦନରେ  ଦର୍ଶାଇଛନ୍ତି।

By amfnews

Related Post