Sun. Sep 27th, 2026

ଦିଲ୍ଲୀ ପ୍ରେସକ୍ଲବ୍‌ର ସଦସ୍ୟତା ପାଇଁ ଆବେଦନ କରିଛନ୍ତି ମମତା ବାନାର୍ଜୀ

290 Views

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ଦିଲ୍ଲୀ ପ୍ରେସକ୍ଲବ୍‌ର ସଦସ୍ୟତା ପାଇଁ ଆବେଦନ କରିଛନ୍ତି। ଏହି ସମୟରେ ସେ ସେଠାକାର ସାମ୍ବାଦିକମାନଙ୍କୁ ସାଗୁଦାନାର ପକୁଡି ଓ ଚା’ ପିଆଇ ଖୁସି କରାଇଛନ୍ତି। କୁହାଯାଉଛି ଯେ ଏବେ ମମତା ବାନାର୍ଜୀ ରାଜ୍ୟ ରାଜନୀତି ଛାଡ଼ି ରାଷ୍ଟ୍ରୀୟ ରାଜନୀତିରେ ସକ୍ରିୟ ହେବାକୁ ଚାହୁଁଛନ୍ତି। ଏଥିପାଇଁ ମମତା ରାଷ୍ଟ୍ରୀୟ ସ୍ତରର ସାମ୍ବାଦିକମାନଙ୍କ ସହ ସୁସଂସର୍କ ରଖିବାକୁ ଚାହୁଁଛନ୍ତି।

ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖପାତ୍ର ‘ଜାଗୋ ବାଂଗଲା’ର ସଂପାଦକଭାବେ ଦିଲ୍ଲୀ ପ୍ରେସ କ୍ଲବର ସଦସ୍ୟତା ପାଇଁ ଆବେଦନ କରିଥିବା ଜଣାଯାଇଛି। ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ ମମତା ବାନାର୍ଜୀ ଚଳିତ ମାସରେ ଦିଲ୍ଲୀ ପ୍ରେସକ୍ଲବରେ ନିଜର ଏକ ପୁସ୍ତକର ଉନ୍ମୋଚନ କରିବେ। ସେ ନୂଆଦିଲ୍ଲୀରେ ନିଜର ରାଜନୈତିକ ଗତିବିଧିକୁ ଅଧିକ ସକ୍ରିୟ କରିବା ଲାଗି ଫେବୃଆରି ୨୫ରେ ପହଞ୍ଚିବେ ବୋଲି କୁହାଯାଉଛି। ପଶ୍ଚିମବଙ୍ଗରେ ମମତା କିନ୍ତୁ କଂଗ୍ରେସ ସହିତ ହାତ ମିଳାଇବାକୁ ପ୍ରସ୍ତୁତ ନୁହଁନ୍ତି।

By amfnews

Related Post