Sat. Jun 13th, 2026

ଦିଲୀପଙ୍କ ସମେତ ବିଜେପି ଛାଡ଼ିଲେ ବହୁ କର୍ମକର୍ତ୍ତା

296 Views

ରାଉରକେଲା, ୧ା୧୨  : ରାଉରକେଲାରେ ଜନସାଧାରଣଙ୍କ ସ୍ୱାର୍ଥକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଥିବା ବିଧାୟକ ଦିଲୀପ ରାୟଙ୍କ ବିଚାରଧାରା ‘ଆଗ ମାଟି ପଛେ ପାଟି କଥା’କୁ ଅନେକ ସମର୍ଥନ ଜଣାଇଛନ୍ତି । ଜିଲ୍ଲାବାସୀଙ୍କ ବହୁଦିନର ଦାବି ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ ଆଇଜିଏଚ୍ରେ ସୁପର୍ ସ୍ପୋଶାଲିଟି ହସ୍ପପିଟାଲ ଓ ମେଡିକାଲ କଲେଜ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଦେବା ସତ୍ତେ୍ୱ ଏହାର କାର୍ଯ୍ୟାରମ୍ଭ ନହେବାହରୁ ଏହାକୁ ନେଇ ଶ୍ରୀ ରାୟ ବିଧାୟକ ପଦ ଓ ବିଜେପି ଦଳରୁ ଇସ୍ତଫା ଦେଇଛନ୍ତି ।

ତେବେ ତାଙ୍କୁ ସମର୍ଥନ ଜଣାଇ ବିଜେପିର ବହୁ ସଦସ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ହରିହର ରାଉତରାୟ, ପୂର୍ବତନ ନଗରପାଳ ରମେଶ ବଳ, ରଞ୍ଜିତ ନାୟକ, ମୃତ୍ୟୁଞ୍ଜୟ ବାରିକ, ଦୁର୍ଯ୍ୟ କୁମାର ସେଠୀ, ନରେଶ ଚନ୍ଦ୍ର ବେହେରା, ସ୍ମିତା ନାୟକ, ରୋହି କୁମାର ସାହୁ, ମାନସ ରଞ୍ଜନ ମହାନ୍ତି, ଦିଲୀପ ପ୍ରସାଦ, ରାଜଶ୍ରୀ ନନ୍ଦ, ଫକରୁ ମୋହନ ପାଣି, ଭରତ ଭୂଷଣ ପାଣ୍ଡେ, ତାରା କିଷ୍ଣା, ମକୁର ତିର୍କୀ, ସବିତା ଖାତୁନ, ସୁନିତା ତିର୍କୀ, ଆକବର ଖାନଙ୍କ ସହ ବହୁ କର୍ମକର୍ତ୍ତା ସ୍ୱଇଛାରେ ଦଳ ଛାଡ଼ିଥିବା ଜଣାପଡ଼ିଛି ।

By amfnews

Related Post