Sat. Aug 15th, 2026

ଦିଲୀପ କୁମାର ପୁଣି ଅସୁସ୍ଥ; ଡାକ୍ତରଖାନାରେ ଭର୍ତ୍ତି ହେଲେ

484 Views

ମୁମ୍ବାଇ: ବର୍ଷିୟାନ୍‌ ବଲିଉଡ୍‌ ଅଭିନେତା ଦିଲୀପ କୁମାର ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ଦିଲ୍ଲୀପ କୁମାରଙ୍କ ଟୁଇଟର୍‌ ହାଣ୍ଡେଲରୁ ଫଇଜଲ୍‌ ଫାରୁକି ଏହି ସୂଚନା ଟ୍ଵିଟ୍‌ କରି ଦେଇଛନ୍ତି। ସେ କରିଥିବା ଟ୍ଵିଟ୍‌ ଅନୁଯାୟୀ, ନିମୋନିଆ ଆକ୍ରାନ୍ତ ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ରବିବାର ରାତିରେ ତାଙ୍କୁ ଡାକ୍ତଖାନାକୁ ନିଆଯାଇଛି।

ଗତବର୍ଷ ମଧ୍ୟ ଦିଲୀପ କୁମାର ଅସୁସ୍ଥତାବଶତଃ ପ୍ରାୟ ସପ୍ତାହେ ଧରି ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ତା’ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିଲା।

ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାର ବିଜେତା ଦିଲ୍ଲୀପ କୁମାରଙ୍କୁ ଦର୍ଶକ ଏଯାବତ୍‌ ଶେଷ ଥର ଲାଗି ୧୯୯୮ରେ ମୁକ୍ତିପ୍ରାପ୍ତ ‘କିଲା’ ଚଳଚ୍ଚିତ୍ରରେ ଦେଖିବାକୁ ପାଇଥିଲେ।

ଆମେ ଦିଲ୍ଲୀପ କୁମାରଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ।

By amfnews

Related Post