Mon. Oct 5th, 2026

ଦିବ୍ୟାଙ୍ଗ ଫ୍ୟାନ୍‌ଙ୍କୁ ଭେଟିଲେ ଅଭିନେତା ଅନୁଭବ ମହାନ୍ତି

207 Views

କଟକ: ଦିବ୍ୟାଙ୍ଗ ଫ୍ୟାନ୍‌ଙ୍କୁ ଭେଟିଲେ ଅଭିନେତା ଅନୁଭବ ମହାନ୍ତି। ସୋଶାଲ୍‌ ମଡିଆ ଜରିଆରେ ନିଜର ପ୍ରିୟ ଷ୍ଟାର ଅନୁଭବଙ୍କୁ ପାଖରେ ଦେଖିବାକୁ ସିପୁନ୍‌ ନିବେଦନ କରିଥିଲେ। ସିପୁନ୍‌ଙ୍କ ଏହି ନିବେଦନର ଭିଡିଓ ଦେଖିବା ପରେ ଅନୁଭବ ନିଜେ ତାଙ୍କୁ ଭେଟିବାକୁ ସ୍ଥିର କରିଥିଲେ।

କଟକ ଏସ୍‌ସିବି ପରିସରରେ ଥିବା ସିପୁନଙ୍କ ଘରକୁ ଯାଇ ଅନୁଭବ ତାଙ୍କୁ ଭେଟିଥିଲେ। ସିପୁନ୍‌ଙ୍କ ଆଖି ସମସ୍ୟାର ଚିକିତ୍ସା ଲାଗି ସହଯୋଗ କରିବେ ବୋଲି ଅନୁଭବ କହିଛନ୍ତି।

ଅନ୍ୟପଟେ ଅନୁଭବ ଘରକୁ ଆସିଥିବାରୁ ବେଶ୍‌ ଖୁସି ଥିବା କହିଛନ୍ତି ସିପୁନଙ୍କ ମାଆ।

By amfnews

Related Post