Wed. Jun 10th, 2026

ଦିନକୁ ଦିନ ବିଗିଡିବାରେ ଲାଗିଛି ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା : ରିମ୍ସ ଡାକ୍ତର

513 Views

ରାଞ୍ଚି : ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଞ୍ଚି ଜେଲରେ ଥିବା ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଲାଲୁ ପ୍ରସାଦ ଯାଦବଙ୍କ କ୍ରିଏଟିନାଇନ୍‌ସ୍ତର କ୍ରମଶଃ ବଢ଼ିବାରେ ଲାଗିଛି। ଯାହାର ପ୍ରଭାବ ତାଙ୍କ କିଡନୀ ଉପରେ ପଡ଼ୁଛି।  ଲାଲୁଙ୍କ ଡାହାଣ ଗୋଡ ଫୁଲି ଯାଇଛି, େଯେଉଁ କାରଣରୁ ତାଙ୍କୁ ଚାଲାବୁଲା କରିବାର ବହୁ ଅସୁବିଧା ହେଉଛି। କେବଳ ଏତିକି ନୁହେଁ ତାଙ୍କ ବ୍ଲଡ୍‌ ସୁଗାରସ୍ତର  ବି ବଢ଼ିବାରେ ଲାଗିଛି।

ରିମ୍ସର ନିର୍ଦ୍ଦେଶକ ଆର କେ ଶ୍ରୀବାସ୍ତବ ଲାଲୁ ପ୍ରସାଦ ଯାଦବଙ୍କ ସାପ୍ତାହିକ ମେଡିକାଲ ରିପୋର୍ଟର ସୂଚନା ଦେଇ କହିଛନ୍ତି, ଲାଲୁ ପ୍ରସାଦ ଯାଦବଙ୍କ ସୁଗରସ୍ତର ୧୪୫ ଓ  କ୍ରିଏଟିନାଇନସ୍ତର ବୃଦ୍ଧି ପାଇ ୧.୮୫ ହୋଇଛି। ବ୍ଲଡ୍‌ ପ୍ରେସର  ୧୪୦/୭୦, ଯାହା ସାମନ୍ୟରୁ ପାଖାପାଖି ରହିଛି।

ସୂଚନା ମୁତାବକ, ନିକଟରେ ଲାଲୁ ପ୍ରସାଦଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ରାଞ୍ଚିରେ ଥିବା ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍‌ସ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ମଧୁମେହ ଆକ୍ରାନ୍ତ ହେବା ସହ ହୃଦରୋଗୀ ହୋଇଥିବାରୁ ତାଙ୍କର ଅବସ୍ଥା ସୁଧୁରୁ ନଥିବା ଜଣା ପଡ଼ିଛି । ମୁମ୍ବାଇର ଏକ ଡ଼ାକ୍ତରଖାନାରେ ତାଙ୍କର ଫିଷ୍ଟୁଲା ଅପରେସନ କରାଯିବା ପରେ ତାଙ୍କୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍‌ସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେ ଥିବା ଓ୍ଵାର୍ଡରେ ମଶା ଥିବା ସହ ଅପରିଷ୍କାର ପରିବେଶ ହୋଇଥିବାରୁ ଏହାର ପ୍ରଭାବ ତାଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି ବୋଲି ଅଭିଯୋଗ ହୋଇଛି।

By amfnews

Related Post