Sun. Oct 4th, 2026

ଦିନ ସାଢ଼େ ଗୋଟାଏ ସୁଦ୍ଧା ଆଠଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା

239 Views

ଭୁବନେଶ୍ୱର  : ଶନିବାର ପୂର୍ବାହ୍ନ ୧୦: ୩୦ ରୁ ୧: ୩୦ ମଧ୍ୟରେ ଆଠଟି ଜିଲ୍ଲାରେ ଘଡ଼ଘଡ଼ି ସହ ଅସରାଏ ଦୁଇ ଅସରା ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଥିବା କଥା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ଏହି ଆଠଟି ଜିଲ୍ଲା ହେଉଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଏବଂ କଟକ। ସମ୍ପୃକ୍ତ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

By amfnews

Related Post