Mon. Aug 3rd, 2026

ଦିନ ଦ୍ୱିପ୍ରହରରେ ଶ୍ରେଣୀ ଗୃହରେ ୪୦ ଜଣ ପିଲାଙ୍କ ଉପସ୍ଥିତିରେ ଛାତ୍ରଙ୍କୁ ଭୁଷି ହତ୍ୟା କଲେ ନିଜ ଗାଆଁର ଜଣେ ଲୋକ

203 Views

ମୁଜଫରପୁର: ବିହାରର ମୁଜଫରପୁର ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏଠାକାର ଅହିୟାପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁରର ଏକ ସରକାରୀ ବିଦ୍ୟାଳୟ ଭିତରେ ଦିନ ଦ୍ୱିପ୍ରହରରେ ଜଣେ ଲୋକ ଛୁରିରେ ଜଣେ ଛାତ୍ରଙ୍କୁ ଭୁଷି ହତ୍ୟା କରି ଦେଇଛି। ସବୁଠାରୁ ବଡ଼ କଥା ହେଲା ଶ୍ରେଣୀ ଗୃହରେ ୪୦ ଜଣ ଛାତ୍ର ଥିଲେ। ଆକ୍ରମଣକାରୀଜଣକ ଛାତ୍ରଙ୍କ ଉପରେ ଥରେ ନୁହେଁ ,ବରଂ ଏକାଧିକବାର ଆକ୍ରମଣ କରିଥିଲେ। ପୁଲିସ ଅବଶ୍ୟ ଆକ୍ରମଣକାରୀ ବିକାଶ କୁମାରଙ୍କୁ ଗିରଫ କରିଛି।

ପୁଲିସର ସୂଚନା ଅନୁଯାୟୀ ସୂରଜ କୁମାର (୧୪) ସ୍ଥାନୀୟ ରାଜକୀୟ ମାଧ୍ୟମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର । ଅଭିଯୁକ୍ତ ବିକାଶ ସୂରଜ କୁମାରଙ୍କ ଗାଆଁର ଲୋକ। ପୀଡ଼ିତାଙ୍କ ପିତା ବିଜୟ ରାମ ସୂରଜ ଓ ବିକାଶଙ୍କ ଭିତରେ ଝଗଡ଼ା ହୋଇଥିଲା। ସୂରଜଙ୍କର ପର୍ସ ଲୁଟିବାକୁ ଯାଉଥିବା ବେଳେ ଉଭୟଙ୍କର ଝଗଡ଼ା ହୋଇଥିଲା। ତା’ପରେ ସୂରଜଙ୍କର ବାପା ଥାନାରେ ଅଭିଯୋଗ କରିଥିଲେ , କିନ୍ତୁ ପୁଲିସ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।

By amfnews

Related Post