Fri. Apr 24th, 2026

ଦିନ ଦ୍ୱିପ୍ରହରରେ ଥାନା ସାମ୍ନାରୁ ବୃଦ୍ଧଙ୍କ ଠାରୁ ଟଙ୍କା ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ

838 Views

ଯାଜପୁର: ଗୁରୁବାର ଦିନ ଦ୍ୱିପ୍ରହରରେ ଥାନା ସାମ୍ନାରୁ ବୃଦ୍ଧଙ୍କ ଠାରୁ ଦୁର୍ବୃତ୍ତ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତମାନେ ବୃଦ୍ଧଙ୍କ ଠାରୁ ପାଖାପାଖି ୩.୫ଲକ୍ଷ ଟଙ୍କା ଲୁଟି ନେଇଥିବା ଖବର ମିଳିଛି। ଯାଜପୁରସହରସ୍ଥ ମୁଖ୍ୟ ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ବୃଦ୍ଧ ଘରକୁ ଫେରିବା ସମୟରେ ଏଭଳି ଅଘଟଣ ଘଟିଛି। ଏହି ଲୁଟ ଘଟଣା ବିଷୟରେ ଜାଣିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଦୁର୍ବୃତ୍ତଙ୍କ ଲୁଟର ଶିକାର ହୋଇଥିବା ବୃଦ୍ଧଙ୍କ ନାମ ଯାଜପୁର ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ ରାସୋଇ ପଞ୍ଚାୟତ ବୃନ୍ଦାବନପୁର ରବି ନାରାୟଣ ରଥ ବୋଲି ଜଣାପଡ଼ିଛି। ସେ ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଟଙ୍କା  ଉଠାଇ ଫେରୁଥିଲେ। ଏହି ସମୟରେ ମାର୍କେଟରେ ଗାଡ଼ି ଅଟକାଇ ଅନ୍ୟ ଜିନିଷ କିଣୁଥିବା ବେଳେ କେହି ଦୁର୍ବୃତ୍ତ ପୂର୍ବରୁ ତାଙ୍କୁ ଲକ୍ଷ୍ୟ କରି ରହିଥିବା ବେଳେ, ହଠାତ ବୃଦ୍ଧଙ୍କ ଠାରୁ ଟଙ୍କା ବ୍ୟାଗ୍‌ ଲୁଟି ଫେରାଇ ହୋଇଯାଇଥିବା ପୁଲିସ ଅନୁମାନ କରୁଛି।

By amfnews

Related Post