Wed. Jul 29th, 2026

ଦାହପୂର୍ବରୁ ବଞ୍ଚିଉଠିଲେ୯୫ ବର୍ଷ ବୃଦ୍ଧ !

224 Views

ଜୟପୁର, ନଭେମ୍ବର ୬: ଜଣେ ୯୫ ବର୍ଷ ବୃଦ୍ଧଙ୍କ ଶେଷକୃତ୍ୟ ଚାଲିଥିବା ବେଳେ ହଠାତ୍‌ ଜିଇଁ ଉଠିବା ଘଟରା ଅନେକଙ୍କୁ ବିସ୍ମିତ କରିଛି। ରାଜସ୍ଥାନର ଝୁନଝୁନୁ ଜିଲ୍ଲାର ଖେତ୍ରି ତହସିଲରେ ଘଟିଛି ଏଭଳି ଅଦ୍ଭୁତ ଘଟଣା। ୯୫ ବର୍ଷ ବୃଦ୍ଧ ବୋଧରାମ ଗୁଜ୍ଜରଙ୍କୁ ଗତ ଶନିବାର ଦିନ ଡାକ୍ତର ମୃତ ବୋଲି ଘୋଷଣା କରଥିଲେ। ତାପରେ ପରିବାର ଲୋକେ ବନ୍ଧୁବାନ୍ଧବଙ୍କୁ ଡକାଇ ବୋଧରାମ ଗୁଜ୍ଜରଙ୍କ ଶେଷକୃତ୍ୟ ଆରମ୍ଭ କରିଥିଲେ। ଏପରିକି ବାରିକ ଆସି ତାଙ୍କୁ ଖିଅର କରି ସାରିଥିଲା। ତାପରେ ବୋଧରାମ ଗୁଜ୍ଜରଙ୍କ ଶବକୁ ଶୋଭାଯାତ୍ରାରେ ମଶାଣିକୁ ନିଆଯାଇଥିଲା।

ସେଠାରେ ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣ କରି ଶେଷକୃତ୍ୟ ସଂପାଦନ କରୁଥିବା ବେଳେ ହଠାତ୍‌୯୫ ବର୍ଷ ବୃଦ୍ଧ ବୋଧରାମ ଗୁଜ୍ଜର ଚେତା ଫେରିପାଇ ଉଠିବସିଲେ। ଏହା ଦେଖି ସମସ୍ତେ ବିସ୍ମିତ ହେଲେ । ତାପରେ ସମସ୍ତଙ୍କ ମୁହଁରେ ଖୁସିର ଲହରୀ ଖେଳିଗଲା। ବୋଧରାମ ଗୁଜ୍ଜରଙ୍କ ବଡ଼ ପୁଅ ବାଲୁରାମ କହିଛନ୍ତି ଯେ ଏହା ସେମାନଙ୍କପାଇଁ ଦୀପାବଳିର ସବୁଠାରୁ ବଡ଼ ଉପହାର।

By amfnews

Related Post