Tue. Aug 4th, 2026

ଦଶମରେ ଫେଲ୍‌ ହେବାରୁ ନେଇ ଦଶମ ପରୀକ୍ଷାରେ ପ୍ରଶ୍ନ ହୋଇ ଆସିବା ପର୍ଯ୍ୟନ୍ତ ଯାତ୍ରା ନଥିଲା ସହଜ; ସଫଳତାର କି ମନ୍ତ୍ର ଦିଅନ୍ତି ସଚିନ!

463 Views

ମୁମ୍ବାଇ  :   କ୍ରିକେଟ୍‌ ଦୁନିଆର ଭଗବାନ କୁହାଯାଉଥିବା ସଚିନ୍‌ ସଫଳତାକୁ ଚୁଟ୍‌କିରେ ପାଇନାହାନ୍ତି। ବହୁ ସଂଘର୍ଷ କରିବାକୁ ପଡ଼ିଛି ପିଲାଟିରୁ ବଡ଼ ଯାଏ। ମ୍ୟାଟି୍ରିକ୍‌ ପରୀକ୍ଷାରେ ଇଂରାଜୀରେ ଫେଲ୍‌ ହେବାରୁ ନେଇ ମ୍ୟାଟ୍ରିକ୍‌ ପୁସ୍ତକରେ ଇଂରାଜୀ ବହିର ପ୍ରଥମ ବିଷୟ ହେବା ପର୍ଯ୍ୟନ୍ତ ଯାତ୍ରା ଏକ ଲୋମଟାଙ୍କୁରା ପ୍ରେରଣାଦାୟୀ କାହାଣୀ। ସେ ଆଉ କେହି ନୁହଁନ୍ତ, ଯାହାଙ୍କୁ ସାରା ବିଶ୍ୱ ଜାଣେ, ଆମ ସମସ୍ତଙ୍କ ପ୍ରିୟ ସଚିନ ତେନ୍ଦୁଲକର। କ’ଣ ତାଙ୍କ ଜୀବନର ମନ୍ତ୍ର? କ’ଣ କହନ୍ତି ସେ? ଜାଣିବାକୁ ଚାହାନ୍ତି?

: ଲୋକ ତୁମ ଉପରୁ ଷ୍ଟୋନ୍‌ ଫିଙ୍ଗିଲେ ତୁମେ ତାଙ୍କୁ ମାଇଲ୍‌ଷ୍ଟୋନ୍‌ ଭାବେ ଫେରାଇ ଦିଅ।

: ସ୍ୱପ୍ନ ଦେଖିବା କେବେ ବନ୍ଦ କର ନାହିଁ; ସ୍ୱପ୍ନ ସତ ହୋଇଥାଏ।

: ଭିନ୍ନ ପିଢ଼ିର ବ୍ୟକ୍ତିଙ୍କ ସହ ନିଜର ତୁଳନା କରିବାରେ ବିଶ୍ୱାସ ରଖ ନାହିଁ।

: ଦକ୍ଷତା ସହିତ ଆପଣଙ୍କୁ ଦିଗ ଆଡ଼େ ବି ଧ୍ୟାନ ରଖିବାକୁ ହେବ।

: ସଚିନ ଜଣେ ଭଲ ଖେଳାଳୀ ଅପେକ୍ଷା ସଚିନ ଭଲ ମଣିଷ ବୋଲି ଶୁଣିଲେ ମୁଁ ଖୁସି ହୁଏ।

: ଚିନ୍ତଧାରା ସକାରାତ୍ମକ ରହିଲେ ୨୦ ରନ୍‌ ଓ ୨୦୦ ମଧ୍ୟରେ କୌଣସି ପାର୍ଥକ୍ୟ ରହେ ନାହିଁ।

: ଜିତିବା ଆମ ହାତର କଥା ନୁହେଁ; ମାତ୍ର ଶତ ପ୍ରତିଶତ ଦେବା ଆମ ହାତର କଥା।

: ଶିଖିବା ପାଇଁ ସଫଳତା ଓ ବିଫଳତା ଦୁଇଟା ଯାକ ସମାନ ଗୁରୁତ୍ୱ ରଖେ।

: ମୋତେ ମୁଁ ବନେଇବାରେ ପ୍ରତିନ୍ଦ୍ୱନ୍ଦୀ ଭାବ ବହୁତ ସାହାଯ୍ୟ କରିଛି।

: ଯେଉଁ ବି ସ୍ତରକୁ ଯାଆନ୍ତୁ; ଚାଲିବା ବନ୍ଦ ନ ହେଉ।

By amfnews

Related Post