Fri. Sep 11th, 2026

ଦଶପଲ୍ଲା: ୨୨ ଲିଟର ମଦ ଜବତ,୪ ଗିରଫ

304 Views

ଦଶପଲ୍ଲା, ନଭେମ୍ବର ୨୨: ଦଶପଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରାଯିବା ସହ ୨୨ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବାବେଳେ ୨୪୦ ଲିଟର ପୋଚ ନଷ୍ଟ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି।

ଆଜି ଅବକାରୀ ସବ୍ ଇନ୍‌ସ୍ପେକ୍ଟର ସତ୍ୟନାରାୟଣ ଦାଶଙ୍କ ନେତୃତ୍ବରେ ପାଟ୍ରୋଲିଂବେଳେ ସ୍ଥାନୀୟ କୁଟୀବାରି ଗ୍ରାମର ଉମିର୍ଳା ଜାନୀଠାରୁ ୨ଲିଟର, କ୍ଷେତ୍ରବାସୀ କହଁରଠାରୁ ୭ଲିଟର, ବାଣିଗୋଛା ଥାନା ଗୁରାହା ଗ୍ରାମର ସନ୍ତୋଷ ବେହେରାଠାରୁ ୬ଲିଟର ଓ ପବିତ୍ର ବେହେରାଠାରୁ ୭ଲିଟର ଦେଶୀ ମଦ ଜବତ କରାଯାଇଛି। ଅନ୍ୟପକ୍ଷରେ ଅବକାରୀ କର୍ମଚାରୀମାନେ କୁଲୁରୁକୁମ୍ପା ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲରେ ବେଆଇନ ମଦ ରନ୍ଧା ଖବର ପାଇ ଚଢାଉ କରିଥିଲେ। ଏଥିରେ କେହି ଗିରଫ ହୋଇ ନଥିବାବେଳେ ୨୪୦ ଲିଟର ପୋଚ ଓ ମଦରନ୍ଧା ସାମଗ୍ରୀ ଜବତ କରାଯାଇଛି। ଗତ ଏପ୍ରିଲ ମାସ ଠାରୁ ୪୯ଟି ବିଭିନ୍ନ ମାମଲା ରୁଜୁ କରାଯାଇଛି। ଆଜିର ଚଢାଉରେ ଏସ୍ଆଇ ଶ୍ରୀ ଦାଶଙ୍କ ସମେତ ଏଏସ୍ଆଇ ସୁବାସ ଚନ୍ଦ୍ର ସେଠୀ, ଲକ୍ଷ୍ମୀଧର ବେହେରା, ଶରତ ଚନ୍ଦ୍ର ପରିଡା, ଦେବୀ ପାଣି ଓ ହରପ୍ରିୟା ମଲିକ ପ୍ରମ୍ଭୁଖ ସାମିଲ ଥିଲେ।

By amfnews

Related Post