Thu. Jul 23rd, 2026

ଦକ୍ଷିଣ ଆଫ୍ରିକାରେ ଉଠାଗଲା ବିରଳ ଷ୍ଟ୍ରବେରି କଲରାପତରିଆ ବାଘର ଫଟୋ

280 Views

ନୂଆଦିଲ୍ଲୀ  : ଏକ ଦମ୍ପତି ଉତ୍ତୋଳନ କରିବାକୁ ସମର୍ଥ ଗୋଟାଏ ବିରଳ ଷ୍ଟ୍ରବେରି କଲରାପତରିଆ ବାଘର ଫଟୋଗୁଡ଼ିକ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜନ୍ତୁଟିର ଫଟୋଚିତ୍ରରେ ଭରିଥିବା ଫେସ୍‌ବୁକ୍‌ ପୋଷ୍ଟ୍‍ରେ ଉଲ୍ଲେଖ ଅଛି: ଆଜି ଆମେ ସମ୍ଭବତଃ ଆମର ସବୁଠୁ ରୋମାଞ୍ଚକର ଅପ୍‌ଡେଟ୍‌ ସେୟାର୍‌ କରୁଛୁ… ଗୋଟାଏ ସୁନେଲି କଲରାପତରିଆ ଯାହା ଷ୍ଟ୍ରବେରି କିଂବା ଢାଉଆ କଲରାପତ୍ରିଆ ଭାବେ ଜଣାଶୁଣା। ଏଇଟା ହେଉଛି ବିଶ୍ୱର ଅନ୍ୟତମ ସବୁଠୁ ବିରଳ ବିବର୍ଣ୍ଣିତା…। ୩୧ ଜୁଲାଇରୁ ସେୟାର ହୋଇ ଚାଲିଥିବା ଏହି ପୋଷ୍ଟ୍‍ ପ୍ରତି ୨୫୦୦ ପ୍ରତିକ୍ରିୟା ଆସିଛି ଏବଂ ଏହା ୨, ୭୦୦ ଅଧିକ ସେୟାର୍‌ ହୋଇ ସାରିଲାଣି।

ଦକ୍ଷିଣ ଆଫ୍ରିକାର ଥାବା ଥୋଲୋ ଓ୍ଵାଇଲ୍‌ଡର୍‌ନେସ୍‌ ରିଜର୍ଭ ଠରେ ଆଲାନ୍‌ ଓ୍ଵାଟ୍‌ସନ୍‌ ଏବଂ ତାଙ୍କ ପତ୍ନୀ ଲିନ୍‌ସି ଏହି ଫଟୋଗୁଡ଼ିକ ଉତ୍ତୋଳନ କରିଛନ୍ତି। ସଂରକ୍ଷିତ ବଣରେ ଗୋପନରେ ରହୁଥିବା ଏହି କଲରାପତରିଆକୁ ସେମାନେ ଦେଖିଥିଲେ ବି ତା’ର ଫଟୋ ଉଠାଇ ପାରୁ ନ ଥିଲେ। ଏଥର ସେମାନେ କୌଣସିମତେ ତା’ର ଫଟୋ ଉଠାଇ ଫେସ୍‌ବୁକ୍‌ରେ ସେୟାର୍‌ କରିଛନ୍ତି।

ଡେଲି ମେଲ୍‌କୁ ଓ୍ଵାଟ୍‌ସନ୍‌ କହିଛନ୍ତି: ମୋ ଜାଣିବାରେ ବିଶ୍ୱରେ ଏଇଟା ହେଉଛି ସବୁଠୁ ବିରଳ ରଙ୍ଗର କଲରାପତରିଆ। ଏଇ ପ୍ରଜାତି ବିଲୋପ ହେବାକୁ ଯାଉଛି ବୋଲି ବହୁ ସମୟ ହେବ ଶୁଣିବାକୁ ମିଳୁଛି। ଆମେ ନୂଆ କିଛି ନେଇ ଆସିଛୁ। ଏଇଟା ଅବିଶ୍ୱସନୀୟ।

By amfnews

Related Post