Thu. Oct 15th, 2026

ତେଲେଙ୍ଗାନା ଏକ୍ସପ୍ରେସରେ ନିଆଁ

271 Views

ନୂଆଦିଲ୍ଲୀ  : ୧୨୭୨୩ ନମ୍ବର ହାଇଦ୍ରାବାଦ-ନୂଆଦିଲ୍ଲୀ ତେଲେଙ୍ଗାନା ଏକ୍ସପ୍ରେସରେ ଆଜି ହଠାତ୍ ନିଆଁ ଲାଗିଯାଇଥିଲା। ହରିଆନାର ଅସୋତି ଷ୍ଟେସନ ନିକଟରେ ଯାଉଥିବା ବେଳେ ତେଲେଙ୍ଗାନା ଏକ୍ସପ୍ରେସର ଦୁଇଟି ବଗିରେ ନିଆଁ ଲାଗିଥିଲା। ନିଆଁ ଲାଗିବା ମାତ୍ରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା ବୋଲି ଉତ୍ତର ରେଳ ଡିଭିଜନ୍ ସୂଚନା ଦେଇଛି।

ସକାଳ ୭ଟା ୪୩ ସମୟରେ ଟ୍ରେନର ୯ ନମ୍ୱର ବଗିରୁ ପ୍ରଥମେ ଧୂଆଁ ବାହାରିଥିଲା। ଏହାପରେ ନିଆଁ ଲାଗିଥିଲା। ତେବେ ନିଆଁକୁ ତତକ୍ଷଣାତ୍ କାବୁ କରିବାରେ ରେଳ ବିଭାଗ ସକ୍ଷମ ହୋଇଥିଲା ବୋଲି ଉତ୍ତର ରେଳ ଡିଭିଜନର ମୁଖପାତ୍ର ଦୀପକ କୁମାର କହିଛନ୍ତି।

 

By amfnews

Related Post