Thu. Aug 13th, 2026

ତୃଣମୂଳର ‘ଦିଦି କେ ବୋଲ୍’ ଅଭିଯାନକୁ କାଉଣ୍ଟର କରିବ ବିଜେପିର ‘ଚା ଚକ୍ର’

239 Views

କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ବହୁତ ଦିନ ବାକି ଅଛି। ହେଲେ ଏହା ପୂର୍ବରୁ ଶାସକ ଦଳ ଟିଏମସି ଲୋକଙ୍କ ସହ ଯୋଡ଼ି ହେବା ପାଇଁ ଆରମ୍ଭ କରିଛି ‘ଦିଦି କେ ବୋଲୋ’ ଅଭିଯାନ। ଅନ୍ୟପଟେ ମମତାଙ୍କ ଏହି ଅଭିଯାନକୁ କାଉଣ୍ଚର କରିବା ପାଇଁ ବିଜେପି ଆରମ୍ଭ କରିବାକୁ ଯାଉଛି ‘ଚା ଚକ୍ର’। ପଶ୍ଚିମବଙ୍ଗ ବିଜେପି ସଭାପତି ତଥା ମେଦିନାପୁର ସାଂସଦ ଦିଲ୍ଲୀପ ଘୋଷ ଏହା କହିଛନ୍ତି।

ଏଥିସହ ଶାସକ ଦଳ ଟିଏମସିର ରାଜନୀତିକ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ୨୦୧୪ ନିର୍ବାଚନ ବେଳେ ମୋଦିଙ୍କ ‘ଚାଏ ପେ ଚର୍ଚ୍ଚା’କୁ କପି କରିଛନ୍ତି ବୋଲି ଦିଲ୍ଲୀପ ଘୋଷ କହିଛନ୍ତି। ବିଜେପି ଆସନ୍ତା ମାସ ସେପ୍ଟେମ୍ୱରରୁ ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛି।

ଅନ୍ୟପଟେ ଟିଏମସିର ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀ କହିଛନ୍ତି ବିଜେପି ମମତାଙ୍କ କାର୍ଯ୍ୟକ୍ରମକୁ କପି କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି। ସେମାନେ କପି କରନ୍ତୁ, ଆମେ ଏଥିପାଇଁ ବିଚଳିତ ନୁହେଁ ବୋଲି ଟିଏମସି ନେତା ପାର୍ଥ ଚାଟାର୍ଜୀ କହିଛନ୍ତି।

By amfnews

Related Post