Sat. Oct 3rd, 2026

ତିର୍ତ୍ତୋଳ ଥାନା ଅଞ୍ଚଳରେ ମିଳିଲା ଚାରିଟି ଖପୁରି, ଗୁଣିଗାରିଡ଼ି ସନ୍ଦେହରେ ଜଣେ ଅଟକ

392 Views

ଜଗତସିଂହପୁର:  ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଳ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁର ଫାଣ୍ଡି ଅଞ୍ଚଳରେ ଚାରି ଚାରିଟି ଖପୁରି ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ନୂଆଗାଁ ବୁରୁଜ ପାଖ ପାଇକା ନଦୀ ପଠାରେ ତିନିଟି ଖପୁରି ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଠିକ୍ ସେହିପରି ଗୋଟିଏ ଖପୁରି ପାଣିରେ ଭାସୁଥିବାର ବି ଦେଖିବାକୁ ପାଇଥିଲେ ସେମାନେ। ଗ୍ରାମବାସୀ ଏନେଇ କୃଷ୍ଣାନନ୍ଦପୁର ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ଅନିରୁଦ୍ଧ ନାୟକ ଘଟଣାସ୍ଥଳରେ ପହଞ୍ଚି  ୪ଟି ଖପୁରି ଜବତ କରିଥିଲେ।

ଖପୁରୀ ନିକଟରେ କଳସ , ଫୁଲ ମାଲ ଓ କିଛି ପୂଜା ସାମଗ୍ରୀ ପଡ଼ିଥିବା ହେତୁ ଏହାକୁ ନେଇ ଗୁଣିଗାରିଡ଼ି ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକ। କୃଷ୍ଣାନନ୍ଦପୁର ଏକ ମୁସଲମାନ ବହୁଳ ଗାଁ । ସେଠାରେ ସେହି ସଂପ୍ରଦାୟର ମୃତ ଲୋକଙ୍କୁ କବର ଦିଆଯାଇଥାଏ। ସେହି କବର ଭିତରୁ ଖପୁରି କଢାଯାଇଥିବାର ବି ସନ୍ଦେହ ଉପୁଜିଛି। ଏହି ମାମଲାରେ ଫାଣ୍ଡି ଅଧିକାରୀ ଅନିରୁଦ୍ଧ ନାୟକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚାର ଉଚରା କରୁଥିବା ଜଣାଯାଇଛି।

By amfnews

Related Post