Sat. Jun 13th, 2026

ତାଲିବାନ ରାସ୍ତାକଡ଼ ବୋମାରେ ଧକ୍କା ଖାଇଲା ଆଫଗାନ ବସ୍‌; ୨୮ ମୃତ, ୧୦ ଆହତ

308 Views

ହେରାତ୍‌: ବୁଧବାର ପ୍ରତ୍ୟୁଷରେ ପଶ୍ଚିମ ଆଫଗାନିସ୍ଥାନରେ ଗୋଟାଏ ବସ୍‌ ରାସ୍ତାକଡ଼ରେ ଥିବା ବୋମା ଉପରେ ଧକ୍କା ଖାଇବାରୁ ଡଜନାଧିକ ଯାତ୍ରୀ, ମୁଖ୍ୟତଃ ମହିଳା ଏବଂ ଶିଶୁ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ସମୟ ସକାଳ ପ୍ରାୟ ୬ଟା ବେଳେ ଏହି ଆକ୍ରମଣ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ଫାରା ପ୍ରଦେଶର ମୁଖପାତ୍ର ମୁହିବୁଲ୍ଲା ମୁହିବ୍‌ କହିଛନ୍ତି: କାନ୍ଦାହାର-ହେରାତ୍‌ ରାଜପଥରେ ଯାତ୍ରା କରୁଥିବା ଗୋଟାଏ ଯାତ୍ରୀବାହୀ ବସ୍‌ ତାଲିବାନ ରାସ୍ତକଡ଼ ବୋମାରେ ଧକ୍କାଖାଇଛି। ଦୁର୍ଘଟଣାରେ ଅନ୍ୟୂନ ୨୮ ଜଣ ମରିଥିବା ଏବଂ ୧୦ ଜଣ ଆହତ ହୋଇଥିବା କଥା ଜଣାପଡ଼ିଛି। ଫାରା ରାଜ୍ୟପାଳଙ୍କ ମୁଖପାତ୍ର କହିଛନ୍ତି: ସେମାନେ ସମସ୍ତେ ସାଧାରଣ ନାଗରିକ, ମୁଖ୍ୟତଃ ମହିଳା ଓ ଶିଶୁ। ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।
ଏଥିରେ ତାଲିବାନ ସମ୍ପୃକ୍ତ କି, ନୁହେଁ ତାହା ହଠାତ୍‌ ଜଣାପଡ଼ି ନାହିଁ। କିନ୍ତୁ, ତାଲିବାନ ବିଦ୍ରୋହୀମାନେ ଏହି ଅଞ୍ଚଳରେ ସକ୍ରିୟ ଅଛନ୍ତି ଏବଂ ସରକାରୀ ଅଧିକାରୀ ଓ ନିରାପତ୍ତା ବଳଙ୍କୁ ଆକ୍ରମଣ କରିବାକୁ ରାସ୍ତା ପାଖରେ ବୋମା ରଖନ୍ତି।

By amfnews

Related Post