Tue. Aug 18th, 2026

ତାଜମହଲ ପାର୍କିଙ୍ଗ୍‌ସ୍ଥଳରୁ ୯ ଫୁଟିଆ ଅଜଗର ଉଦ୍ଧାର

200 Views

ଆଗ୍ରା: ତାଜମହଲର ପଶ୍ଚିମପଟକୁ ଥିବା ପାର୍କିଙ୍ଗ୍‌ସ୍ଥଳରୁ ଦଳେ ବନ୍ୟପ୍ରାଣୀ ବିଶେଷଜ୍ଞ ଗୋଟାଏ ୯ ଫୁଟିଆ ଅଜଗର (ଇଣ୍ଡିଆନ୍‌ ରକ୍‌ ପାଇଥନ୍‌) ଧରିଛନ୍ତି। ତା’ଉପରେ ଚଢ଼ି ଯାଉ ଯାଉ ଅଟକି ଯାଇଥିବା କେତେକ ନିର୍ମାଣ କର୍ମଚାରୀ ପ୍ରଥମେ ଏହାକୁ ଦେଖିଥିଲେ।

ଅଜଗରକୁ ଦେଖିବାକ୍ଷଣି ସ୍ଥାନୀୟ ପୁଲିସକୁ ଖବର ଦିଆଯାଇଥିଲା। ସେମାନେ ଏକଥା ତୁରନ୍ତ ‘ଏନ୍‌ଜିଓ ଓ୍ଵାଇଡ୍‌ଲାଇଫ୍‌ ଏସ୍‌ଓଏସ୍‌’ ୨୪-ଆଓ୍ଵାର୍‌ ହେଲ୍‌ପ୍‌ଲାଇନ୍‌କୁ ଜଣାଇଥିଲେ। ସେତେବେଳକୁ ଶୁକ୍ରବାର-ଶନିବାର ରାତି ପ୍ରାୟ ସାଢ଼େ ଦୁଇଟା ବାଜିଥିଲା।

ଉଦ୍ଧାରକାରୀ ଦଳ ସେ ବିରାଟ ସରୀସୃପଟିକୁ ଗୋଟାଏ ଟ୍ରାନ୍‌ସ୍‌ପୋର୍ଟ କ୍ୟାରିୟର୍‌ ମଧ୍ୟକୁ ଅଡ଼େଇ ନେଇଥିଲେ। ପ୍ରାଣୀ ବିଶେଷଜ୍ଞମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାକୁ ବଣରେ ଛାଡ଼ି ଦେଇଛନ୍ତି।

ଓ୍ଵାଇଲ୍‌ଡ୍‌ଲାଇଫ୍‌ ଏସ୍‌ଓଏସ୍‌ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ବୈଜୁ ରାଜ ଏମ୍‌ଭି କହନ୍ତି: ଅଜଗରଟି ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ପ୍ରଜାତି ବାସ କରୁଥିବା ତାଜ୍‌ ନେଚର୍‌ ଓ୍ଵାକ୍‌ ଗ୍ରିନ୍‌ ବେଲ୍‌ଟ୍‌ରୁ ଚାଲି ଆସିଛି। ବିଷହୀନ ହେଲେ ବି, ଅଜଗର କାମୁଡ଼ା ହାନିକାରକ ହୋଇଥାଏ। ତେଣୁ ସେଥିପ୍ରତି ସତର୍କ ରହିବା ଉଚିତ।

By amfnews

Related Post