Fri. Jul 24th, 2026

ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଓ ସହଯୋଗୀଙ୍କ ବମ୍ବେ ହାଇକୋର୍ଟରେ ଆଜି ଶୁଣାଣି

304 Views

ବମ୍ବେ, ଅକ୍ଟୋବର ୦୭  : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଉପରେ ଆଜି ବମ୍ବେ ହାଇକୋର୍ଟ ରାୟ ପ୍ରକାଶ କରିବେ। ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ, ଅବଦୁଲ ବାସିଟ ପାରିହର, ଦୀପେଶ ସାୱନ୍ତ ଏବଂ ସାମୁଏଲ ମିରାଣ୍ଡାଙ୍କ ଜାମିନ ଆବେଦନ ଉପରେ କୋର୍ଟ ମଧ୍ୟ ରାୟ ପ୍ରଦାନ କରାଯିବ ।

କିଛି ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ହାଇକୋର୍ଟର ବିଚାରପତି ସାରଙ୍ଗ ଭି କୋଟୱାଲ ଏହି ମାମଲାର ଶୁଣାଣି କରିବେ। ଏହାପୂର୍ବରୁ ସେପ୍ଟେମ୍ବର 29ରେ ମାମଲାର ଶୁଣାଣି ପରେ କୋର୍ଟ ଏହାର ରାୟ ସଂରକ୍ଷିତ ରଖିଥିଲେ। ମଙ୍ଗଳବାର ଦିନ ଏନଡିପିଏସ କୋର୍ଟ ରିୟା, ଶୋଭିକ୍, ସାମୁଏଲ୍, ଦୀପେଶ, ବାସିଟ୍ ଏବଂ ଜାଇଡଙ୍କ 14 ଦିନିଆ ନ୍ୟାୟିକ ହେପାଜତକୁ 20 ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ସୂଚନାଯୋଗ୍ୟ, ବଲିଉଡ ଅଭିନେତ୍ରୀ ରିୟାଙ୍କୁ 8ସେପ୍ଟେମ୍ବରରେ ଏନସିବି ଗିରଫ କରିଥିଲା। ଗିରଫ ପରେ ରିୟାଙ୍କୁ ମୁମ୍ବାଇର ବାଇକୁଲ୍ଲା ଜେଲକୁ ପଠାଯାଇଥିଲା। କୋର୍ଟ ରିୟାଙ୍କ ନ୍ୟାୟିକ ହେପାଜତକୁ ଦୁଇଥର ବୃଦ୍ଧି କରିଛନ୍ତି। ନିମ୍ନ ଅଦାଲତରେ ଆବେଦନ ଖାରଜ ହେବା ପରେ ଏହି ସମସ୍ତ ବ୍ୟକ୍ତି ବମ୍ବେ ହାଇକୋର୍ଟରେ ପହଞ୍ଚିଛନ୍ତି।

ଜାମିନ ଆବେଦନ ଉପରେ ଶୁଣାଣି ବେଳେ ଏନସିବି ରିୟା ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନକୁ ବିରୋଧ କରିଥିଲା। ଏନସିବି କହିଛି ଯେ ରିୟା ସୁଶାନ୍ତଙ୍କୁ ଡ୍ରଗ୍ ବିତରଣ ବ୍ୟତୀତ ବେଆଇନ ଡ୍ରଗ୍ କାରବାର ତଥା ଆର୍ଥିକ କାରବାର ସହ ଜଡିତ ଥିଲେ  ।

ଜାମିନ ବିରୋଧରେ ଦାଖଲ ହୋଇଥିବା ଏକ ଆଫିଡେଭିଟରେ ବ୍ୟୁରୋ କହିଛି ଯେ ଏମାନେ ଡ୍ରଗ୍ସ ସିଣ୍ଡିକେଟର ସକ୍ରିୟ ସଦସ୍ୟ, ଯେଉଁମାନେ ସମାଜର ଉଚ୍ଚବର୍ଗୀୟ ଲୋକ ତଥା ଡ୍ରଗ୍ ଯୋଗାଣକାରୀଙ୍କ ସହ ଜଡିତ ଥିଲେ। ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଡ୍ରଗ୍ କାରବାରକୁ ପ୍ରୋତ୍ସାହିତ କରିଥିଲେ ଏବଂ ଆର୍ଥିକ ସହାୟତା ଦେଇଥିଲେ।

By amfnews

Related Post