Fri. Aug 14th, 2026

ଡିଭାଇଡର୍‌ରେ ପିଟି ହୋଇ ପୋଲ ତଳକୁ ଖସିଲା କାର୍‌

237 Views

ସୋର  : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ  ଓଳିଆ ପାଟଣା ଗାଁ ନିକଟରେ  ଏକ କାର୍‌ ଭାରସାମ୍ୟ ହରାଇ  ପୋଲ ତଳକୁ  ଖସି ପଡ଼ିବାରୁ ଜଣେ ୩ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ ଶିବାଙ୍ଗୀ ପଲେଇ। ଏଥିସହ  ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।  ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି।

ସୂଚନାଅନୁସାରେ, ପଣପଣା ଗାଁର ପ୍ରଫୁଲ୍ଲ ପଲେଇ ଏବଂ ତାଙ୍କ ବନ୍ଧୁ ରତ୍ନାକର ପ୍ରଧାନ, ସେମାନଙ୍କ  ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ଧରି ଏକ କାର୍‌ରେ ବାଲେଶ୍ୱର ଯାଉଥିଲେ। ଏହି ସମୟରେ ଓଳିଆପାଟଣା ଛକ ନିକଟରେ କାର୍‌ଟି ଭାରସାମ୍ୟ ହରାଇ  ଡିଭାଇଡର୍‌ରେ ପିଟି ହୋଇ ପୋଲ ତଳକୁ ଖସି ପଡ଼ିଥିଲା।

ଏହାପରେ ସ୍ଥାନୀୟ ଲୋକେ  ଓ ଖନ୍ତାପଡ଼ା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରୁ ସମସ୍ତଙ୍କୁ  ଉଦ୍ଧାର କରି ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ପ୍ରଫୁଲ୍ଲଙ୍କ ଝିଅ ଶିବାଙ୍ଗୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ରତ୍ନାକରଙ୍କ ପୁଅର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

By amfnews

Related Post