Thu. May 14th, 2026

ଡିଆର୍ଏମ୍ଏସ୍ ପକ୍ଷରୁ ରେଳ ଅଧିକାରୀଙ୍କୁ ସ୍ମାରକପତ୍ର

217 Views

ରାଉରକେଲା, ୭ା୮: ଦକ୍ଷିଣପୂର୍ବ ରେଳବାଇ ମଜଦୁର ସଂଘର କେନ୍ଦ୍ରୀୟ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ଲେଙ୍କା ଏବଂ ଏ.କେ. ଝା (ଚକ୍ରଧରପୁର ରେଳମଣ୍ଡଳ ସଚିବ) ଏବଂ ସଂଘର ପ୍ରାୟ ୫୦ ଜଣ ସଦସ୍ୟଙ୍କୁ ନେଇ ରାଉରକେଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସ୍ମାରକପତ୍ର ଏବଂ ବନ୍ଧମୁଣ୍ଡାର ବିଭିନ୍ନ ଦାବି ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ସ୍ମାରକପତ୍ରରେ ଦର୍ଶାଯାଇଥିବା ଦାବିଗୁଡିକ ମଧ୍ୟରେ ରାଉରକେଲା ଇଞ୍ଜିନିୟରିଂ ବିଭାଗ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ସାବୁନ, ତଉଲିଆ, ହ୍ୟାଣ୍ଡ ଗ୍ଲୋବ୍ସକୁ ମାସିକ ଭାବେ ଦେବା ପରିବର୍ତ୍ତେ ବାର୍ଷିକ ଆକାରରେ ପ୍ରଦାନ କରାଯାଉଛି । ଏହାକୁ ପ୍ରତ୍ୟେକ ମାସରେ ପ୍ରଦାନ କରିବା, ଟ୍ରାକ୍ମେନଙ୍କ ପଦୋନ୍ନତିରେ ସରଳୀକରଣ କରି ତୁରନ୍ତ ନିୟମ ଅନୁଯାୟୀ ପଦୋନ୍ନତି ଦେବା, ଇଞ୍ଜିନିୟରିଂ ବିଭାଗରେ ଅଭାବ ରହିଥିବା କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବା, କର୍ମଚାରୀଙ୍କ ମଧ୍ୟରୁ ୧୦/୧୫ ଜଣଙ୍କୁ ଟ୍ରାକ୍ମେନଙ୍କୁ ଅଫିସ୍ କିରାଣୀ, ପିଅନ, କମ୍ପ୍ୟୁଟର କର୍ମଚାରୀ ଭାବେ ନିଯୁକ୍ତି ଦେବା ପାଇଁ ସ୍ମାରକପତ୍ରରେ ଦାବି କରାଯାଇଛି ।

ପରେ ରାଉରକେଲା ଷ୍ଟେସନରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା କରାଯାଇ ବନ୍ଧମୁଣ୍ଡା କେରେଜ ବିଭାଗ, ମିଡିୟମ ସେଡ୍ ବିଦ୍ୟୁତ୍ ବିଭାଗ, ଡିଜେଲ ଲୋକୋ ସେଡ୍ରେ ଶେଷ ହୋଇଥିଲା । ଚକ୍ରଧରପୁର ମଣ୍ଡଳ ଅଧ୍ୟକ୍ଷ ସି.ଏଲ୍. ମହାନ୍ତଙ୍କ ପରିଚାଳନାରେ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଶାଖା ସମ୍ପାଦକ ରାଜା ମୁଖାର୍ଜୀ ଓ ଜେ. କିସାନ ପ୍ରମୁଖ ସହଯୋଗ କରିଥିଲେ ।

By amfnews

Related Post