Fri. Apr 24th, 2026

ଡାକ୍ତର ନେଲେ ୧୦୦ ଟଙ୍କା ଲାଞ୍ଚ, ଭିଡିଓ ଭାଇରାଲ

209 Views

କାମାକ୍ଷାନଗର : “ଟଙ୍କା ନେବା ମୋ ହକ୍‌। ପ୍ରାଇଭେଟ କାମ ପାଇଁ ଶହେ ଟଙ୍କା । କିନ୍ତୁ ସରକାରୀ କାମ ହେଲେ ଟଙ୍କାଟେ ବି ଦେବାକୁ ପଡ଼ିବନି।” ଏପରି ଭାବେ କହୁଥିବା ବ୍ୟକ୍ତିଜଣକ ହେଉଛନ୍ତି ଡାକ୍ତର ସ୍ଥିତପ୍ରଜ୍ଞ ମହାନ୍ତି। ସେ  ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। ସେ ଜଣେ ବ୍ୟକ୍ତିଙ୍କଠାରୁ ୧୦୦ ଟଙ୍କା ଲାଞ୍ଚ ନେବା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଡାକ୍ତର ସ୍ଥିତପ୍ରଜ୍ଞ ମହାନ୍ତି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନରେ ଆସିଥିବା ବେଳେ ଏହି ଭିଡିଓ ସୁଟ୍‌ ହୋଇଥିବା କୁହାଯାଉଛି। ଏହି ଭିଡିଓ ପ୍ରାୟ ମାସେ ପୂର୍ବେ ହୋଇଥିବା ବେଳେ କିଛି ଦିନ ହେବ ଏହା ଭାଇରାଲ ହେବାର ଲାଗିଛି।

 

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବଶ୍ୟକ ମେଡିକାଲ ଫିଟନେସ୍‌ ଡକ୍ୟୁମେଣ୍ଟରେ ଦସ୍ତଖତ ଲାଗି ଜଣକ ପିଛା ଡାକ୍ତର ନେଉଛନ୍ତି ୧୦୦ ଟଙ୍କା। ୧୦୦ ଟଙ୍କା ନ ଦେଲେ ସେ ଏହି ଡକ୍ୟୁମେଣ୍ଟରେ ଦସ୍ତଖତ କରିବେ ନାହିଁ ବୋଲି ସଫା ସଫା ମନା କରିଦେଉଛନ୍ତି। ଏହି ଭିଡ଼ିଓର ସତ୍ୟତା ତଦନ୍ତ ହେଲେ ଜଣାପଡ଼ିବ। ତେବେ ଏନେଇ ସଂପୃକ୍ତ ଡାକ୍ତର କି ସିଡିଏମଓଙ୍କ ପ୍ରତିକ୍ରିୟା ମିଳିପାରିନି। ସ୍ୱାସ୍ଥ୍ୟ ବିଭାଗ ମୋ ସରକାର ଅଧୀନରେ ଥିବା ସତ୍ତ୍ୱେ ଡାକ୍ତରଙ୍କ ଏପରି ମନୋଭାବ ହେତୁ ରୋଗୀ ସେବା କିପରି ଚାଲିଥିବା ତାହା ସହଜେ ଅନୁମେୟ।

By amfnews

Related Post