Sat. Jul 4th, 2026

ଡାକ ଟିକଟରେ ସ୍ଥାନ ପାଇଲା ବନ୍ଦେ ଭାରତ ଏକ୍ସପ୍ରେସ

190 Views

ନୂଆଦିଲ୍ଲୀ  : ଭାରତୀୟ ରେଳର ଚେନ୍ନାଇ କୋଚ ଫ୍ୟାକ୍ଟ୍ରି ଓ ଭାରତୀୟ ଡାକ ବିଭାଗର ମିଳିତ ପ୍ରୟାସରେ ଏବେ ଡାକଟିକଟରେ ସ୍ଥାନ ପାଇଛି ବନ୍ଦେ ଭାରତ ଏକ୍ସପ୍ରେସ | ଏହି ଡାକ ଟିକଟ ମୂଲ୍ୟ ୫ ଟଙ୍କା ହୋଇଥିବାବେଳେ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଏହି ଟ୍ରେନର ନାମକୁ ଟିକଟରେ ଲେଖାଯାଇଛି | ଏଠାରେ ସୂଚନା ଥାଉ କି ଭାରତର ପ୍ରଥମ ସେମି ହାଇସ୍ପିଡ ‌ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଶୁଭାରମ୍ଭ ଫେବୃୟାରୀ ୧୫ ତାରିଖରୁ ହୋଇଥିଲା | ନୂଆଦିଲ୍ଲୀ ଷ୍ଟେସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ବିଧିବଦ୍ଧ ଭାବେ ଫେବୃୟାରୀ ୧୭ ତାରିଖରୁ ଏହି ଟ୍ରେନର ଚଳାଚଳ ଯାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା । ଦିଲ୍ଲୀରୁ ବାରଣାସୀରେ ପହଞ୍ଚିବା ପାଇଁ ଟ୍ରେନକୁ ୮ ଘଣ୍ଟା ସମୟ ଲାଗୁଥିବାବେଳେ ସୋମବାର ଓ ଗୁରୁବାର ବ୍ୟତୀତ ଅନ୍ୟ ସବୁଦିନ ଏହି ଟ୍ରେନ ଚଳାଚଳ କରିଥାଏ।

ଯାତ୍ରୀ ପିଛା ଏକଜିକ୍ୟୁଟିଭ କ୍ଲାସର ଟିକଟ ମୂଲ୍ୟ ୩୩୧୦ ଟଙ୍କା ଏବଂ ଚେୟାର କାର୍‌ର ଟିକଟ ମୂଲ୍ୟ ୧୭୬୦ ଟଙ୍କା ରହିଛି। ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରେ ଏହି ଟ୍ରେନ ୧୮ ମାସ ମଧ୍ୟରେ ନିର୍ମାଣ ହୋଇଥିଲା। ଫଳରେ ପ୍ରଥମେ ଏହି ଟ୍ରେନର ନାମ ‘ଟ୍ରେନ ୧୮’ ରଖାଯାଇଥିଲାବେଳେ ପରେ ଏହାର ନାମ ବଦଳା ଯାଇଥିଲା।

By amfnews

Related Post