Fri. Apr 24th, 2026

ଡଲାର ମୂଲ୍ୟ ୭୪ ଟଙ୍କାରୁ ଅଧିକ

336 Views

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କା ମୂଲ୍ୟ ତଳକୁ ଖସି ଚାଲିଛି। ଆଜି ଏହା ୭୪ ଟଙ୍କା ଅତିକ୍ରମ କରିବା ସହିତ ପ୍ରଥମ ଥର ପାଇଁ ମଧ୍ୟ ୭୪ ଟଙ୍କା ୬ ପଇସାରେ ବନ୍ଦ ହୋଇଛି। ଗତ ଶୁକ୍ରବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ଯଦିଓ କାରବାର ମଝିରେ ୭୪ ଟଙ୍କା ୨୩ ପଇସାକୁ ଖସିଥିଲା କିନ୍ତୁ ‌ଶେଷରେ ଏଥିରେ ସୁଧାର ଆସି ୭୩ ଟଙ୍କା ୭୬ ପଇସାରେ ବନ୍ଦ ହୋଇଥିଲା। ତେଣୁ ଶୁକ୍ରବାର ତୁଳନାରେ ଆଜି ଟଙ୍କା ମୂଲ୍ୟରେ ୨୬ ପଇସା ହ୍ରାସ ଘଟିଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଏବଂ ଡଲାର ତୁଳନାରେ ଅନ୍ୟ ମୁଦ୍ରାର ବିନିମୟ ମୂଲ୍ୟ ହ୍ରାସର ପ୍ରଭାବ ମଧ୍ୟ ଟଙ୍କା ଉପରେ ପଡ଼ିଛି। ଚଳିତ ବର୍ଷ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୧୮ ପ୍ରତିଶତ ତଳକୁ ଖସିଛି। ଏସିଆ‌େର ଟଙ୍କାର ପ୍ରଦର୍ଶନ ସବୁଠୁ ଖରାପ ରହିଛି। ତେବେ ଷ୍ଟକ ମାର୍କେଟ ଗତ ୩ଟି କାର୍ଯ୍ୟ ଦିବସରେ ୨୧୪୯ ପଏଣ୍ଟ ହ୍ରାସ ପାଇଥିବା ବେଳେ ଆଜି ଏଥିରେ ରୋକ୍ ଲାଗିଛି। ଆଜି ୯୭.୩୯ ପଏଣ୍ଟ ବୃଦ୍ଧି ପାଇ ୩୪,୪୭୪.୩୮ ପଏଟଣ୍ଟରେ ବନ୍ଦ ହୋଇଛି।

By amfnews

Related Post