Mon. Sep 7th, 2026
299 Views

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ମାଦିଲୀ-ଭଙ୍ଗା ସମୁଦ୍ର ମୁହାଣରେ ଏକ ଡଙ୍ଗା ବୁଡ଼ି ଯିବାରୁ ଜଣେ ମତ୍ସଜୀବୀ ନିଖୋଜ ଅଛନ୍ତି। ତାଙ୍କ ନାଁ ତପନ ଦାସ।

ଗତକାଲି  ଜମ୍ବୁ ମେରାଇନ ଥାନା ଅଞ୍ଚଳର ୪ଜଣ ମତ୍ସଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ମାଛ ମାରୁଥିବା ସମୟରେ ଏକ ବଡ଼ ଜୁଆର ଆସି ସେମାନଙ୍କ ଡଙ୍ଗାକୁ ଧକ୍କା ଦେଇଥିଲା। ଏହା ପରେ ଡଙ୍ଗାଟି ଓଲଟି ପଡ଼ି ବୁଡ଼ି ଯାଇଥିଲା। ତେବେ ୩ ଜଣ ମତ୍ସଜୀବୀ ପହଁରି ପହଁରି ମହାନଦୀ ମୁହାଣକୁ ଆସିଥିଲେ। ହେଲେ ତପନ ଫେରି ନଥିଲେ। ତପନଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ୟମ କରିଥିଲେ ବି ତାଙ୍କ ପତ୍ତା ମିଳି ନାହିଁ।

By amfnews

Related Post