Tue. Aug 18th, 2026

ଡକାୟତି ଯୋଜନାକୁ ପଣ୍ଡ କଲା ପୁଲିସ୍; ଜଣେ ଗିରଫ

293 Views

ଜୟପୁର: ଡକାୟତି ଯୋଜନାକୁ ପଣ୍ଡ କଲା ପୁଲିସ୍‌। କୋରାପୁଟ ଜିଲ୍ଲା ଜୟପୁରର ପୁରୁଣାଗଡ଼ ବାଇପାସ୍ ନିକଟରେ ଆଜି ଭୋର୍‌ରେ ଏକ ଡକାୟତି ଯୋଜନାକୁ ପୁଲିସ୍‌ ପଣ୍ଡ କରିବା ସହ ଗୋଟିଏ ଦେଶୀ ବନ୍ଧୁକ, ଦୁଇ କାଟ୍ରିଜ୍ ଓ ମାରଣାସ୍ତ୍ର ଜବତ କରିଛି। ପୁଲିସ୍‌ ଜିତୁ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର ହୋଇଯାଇଛନ୍ତି।

ଆଜି ଭୋର ସମୟରେ ଜିତୁ ଓ ତା’ର ସହଯୋଗୀମାନେ ପୁରୁଣାଗଡ଼ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିବା ନେଇ ପୁଲିସ୍‌ ସୂଚନା ପାଇଥିଲା। ଏହା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି  ଅଭିଯୁକ୍ତମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ପୁଲିସ୍‌କୁ ଦେଖି ଅଭିଯୁକ୍ତମାନେ ଗୁଳି ଚଳାଇଥିଲେ। ଜବାବରେ ପୁଲିସ୍‌ ମଧ୍ୟ ଗୁଳି ଚଳାଇଥିଲା। ଏଥିରେ ଜିତୁ ଧରାପଡ଼ିଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ।

ଜିତୁ ନାଁରେ ଜୟପୁର ଥାନାରେ ୯ଟି ମାମଲା ରହିଛି। ସେ ଗୋପବନ୍ଧୁ ନଗର ଗୁଳିକାଣ୍ଡ ଘଟଣାରେ ଖସି ଯାଇଥିଲା।

 

By amfnews

Related Post