Thu. Jun 11th, 2026

ଡକାୟତି ଯୋଜନା ଭଣ୍ଡୁର: ୩ ଡକାୟତ ଗିରଫ, ୪ ଡକାୟତ ଫେରାର

203 Views

ଝାରସୁଗୁଡ଼ା  : ଗୁରୁବାର ରାତିରେ ରାମପୁର ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିବା ଦଳେ ବ୍ୟକ୍ତିଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରଜରାଜନଗର ପୁଲିସ ଗିରଫ କରିଛି। ଆଉ ଚାରି ଜଣ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ଗୁଡ୍ଡୁ ସିଂହ, ଶ୍ୟାମ ସହିସ ଓ ପୂର୍ଣ୍ଣ ସାଗର। ସେମାନଙ୍କ ଠାରୁ ଗୋଟାଏ ପିସ୍ତଲ, ଗୋଟିଏ ଅଫୁଟାଗୁଳି ଓ ଗୋଟାଏ ଖୋଜା ଜବତ କରାଯାଇଛି।

ଏସ୍‌ଡିପିଓ ନୃପଚରଣ ଦଣ୍ଡସେନାଙ୍କ ଠାରୁ ପ୍ରକାଶ ଯେ ରାତି ପ୍ରାୟ ୩ଟାରୁ ୪ଟା ମଧ୍ୟରେ ପାଟ୍ରୋଲିଙ୍ଗ୍‌ କରୁଥିବା ପୁଲିସ ହିଲ୍‌ଟପ୍‌ ପଡ଼ିଆ ଠାରେ ସାତଜଣ ଲୋକ ବସିଥିବା ଦେଖି ସେମାନଙ୍କ ଆଡ଼କୁ ଯାଇଥିଲେ। ପୁଲିସ ଆସୁଥିବା ଦେଖି ସେ ଲୋକମାନେ ତାଙ୍କ ଉପରକୁ ଗୁଳି ଚଳାଇ ଦୌଡ଼ାଦୌଡ଼ି କରି ପଳାଇ ଯାଉଥିଲେ। ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପୁଲିସ ତିନଜଣଙ୍କୁ ଧରିବାରେ ସମର୍ଥ ହୋଇଛି। ବାକି ଚାରିଜଣ ଖସି ପଳାଇଛନ୍ତି। ଘଟଣାର ପୂର୍ଣ୍ଣ ବିବରଣୀ ଦେବା ନିମନ୍ତେ ଅପରାହ୍ଣ ୧୨: ୩୦ରେ ଝାରସୁଗୁଡ଼ା ଏସ୍‌ପି ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି।

By amfnews

Related Post