Wed. Aug 12th, 2026

ଠିକାଦାର କ୍ୟାମ୍ପ୍‌ରେ ମାଓ ଚଢ଼ାଉ; ଜଗୁଆଳିକୁ ହତ୍ୟା; ୫ ଗାଡ଼ି ପୋଡ଼ି

248 Views

କନ୍ଧମାଳ, ଜାନୁଆରୀ ୬ : ରବିବାର ପ୍ରତ୍ୟୁଷରେ ସଦରଥାନା ଅନ୍ତର୍ଗତ ମଲ୍ଲିକପଡ଼ା ଠାରେ ଏକ ଠିକାଦାର କ୍ୟାମ୍ପ୍‌ ଉପରେ ମାଓବାଦୀମାନେ ଚଢ଼ାଉ କରି ରାତ୍ରୀ ଜଗୁଆଳଙ୍କୁ ହତ୍ୟା କରିବା ସହ ୫ଟି ଗାଡ଼ି ପୋଡ଼ି ପକାଇଛନ୍ତି।

ମାଓବାଦୀମାନେ ଚଢ଼ାଉ କରିଥିବା ଠିକାଦାର କ୍ୟାମ୍ପ୍‌ଟି ହେଉଛି ପ୍ରସନ୍ନ କୁମାର ସ୍ୱାଇଁଙ୍କର। ପ୍ରସନ୍ନ ସେ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ତିଆରି କରାଉଥିଲେ। ରାତି ୨ଟା ପରେ ମାଓବାଦୀମାନେ ସେ କ୍ୟାମ୍ପ୍‌ ଉପରେ ଆକ୍ରମଣ କରି ରାତ୍ରୀ ଜଗୁଆଳ ଥିବା ରବୀନ୍ଦ୍ର ମଲ୍ଲିକଙ୍କୁ ଗୁଳି ମାରି ହତ୍ୟା କରିବା ସହ ୧ଟି ରୋଲର୍‌, ୩ଟି ଟ୍ରାକ୍ଟର୍‌ ଓ ଅନ୍ୟ ଗୋଟିଏ ଏସ୍‌ୟୁଭି ପୋଡ଼ି ପକାଇଛନ୍ତି।

ସୂଚନା ଅନୁସାରେ, ମାଓବାଦୀମାନେ ଗତବର୍ଷ ଶ୍ରୀ ସ୍ୱାଇଁଙ୍କୁ ୫ ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲେ। ସେ ଅମୁକ ଜାଗାରେ ଟଙ୍କା ଦେବେ ବୋଲି ମାଓବାଦୀଙ୍କୁ କହି ଗୋପନରେ ଏ ସଂକ୍ରାନ୍ତରେ ପୁଲିସକୁ ସୂଚନା ଦେଇଥିଲେ। ପୂର୍ବଯୋଜନା ମୁତାବକ ପୁଲିସ ସେହି ସ୍ଥାନକୁ ଟଙ୍କା ଲାଗି ଆସିଥିବା ମାଓବାଦୀଙ୍କୁ ଆକ୍ରମଣ କରି ୫ ଜଣଙ୍କୁ ହତ୍ୟା କରିଥିଲା।

ସ୍ୱାଇଁଙ୍କ ଉପରେ ପ୍ରତିଶୋଧ ନେବାକୁ ସେବେଠାରୁ ମାଓବାଦୀମାନେ ସୁଯୋଗକୁ ଅପେକ୍ଷା କରିଥିଲେ।

By amfnews

Related Post