Sat. Sep 12th, 2026

ଠକେଇ ମାମଲା: ଦୁବାଇରେ ଏନ୍‌ଡିଏ ନେତା ତୁଷାର ଭେଲ୍ଲାପାଲ୍ଲି ଗିରଫ

215 Views

ଥିରୁବନନ୍ତପୁରମ୍‌ : କେରଳର ୱାୟନାଡ଼ରୁ କଂଗ୍ରେସ‌ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିବା ତୁଷାର ଭେଲ୍ଲାପାଲ୍ଲି ଠକେଇ ମାମଲାରେ ଦୁବାଇରୁ ଗିରଫ ହୋଇଛନ୍ତି। ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ସହଯୋଗୀ ଦଳ ବିଡିଜେଏସ୍‌ (ଭାରତ ଧର୍ମ ଜନ ସେନା)ର କେରଳ ଶାଖା ମୁଖ୍ୟ ଭେଲ୍ଲାପାଲ୍ଲିଙ୍କୁ ଗତ ମଙ୍ଗଳବାର ଦିନ ଦୁବାଇରେ ଗିରଫ କରାଯାଇଥିବା ଜଣାପଡ଼ିଛି। ଉଲ୍ଲେଖ‌ଯୋଗ୍ୟ ଭେଲ୍ଲାପାଲ୍ଲି ୧୦ ବର୍ଷ ପୂର୍ବେ ଦୁବାଇରେ ଏକ କମ୍ପାନି ପରିଚାଳନା କରୁଥିଲେ। କମ୍ପାନି କ୍ଷତିରେ ଚାଲିବାରୁ କମ୍ପାନିର ସବ୍‌ କଣ୍ଟ୍ରାକ୍ଟରମାନେ କ୍ଷତିପୂରଣ ଦାବି କରିଥିଲେ। ଭେଲ୍ଲାପାଲ୍ଲି ଏନେଇ ୮ ମିଲିଅନ୍‌ ଧିରମ୍‌ କ୍ଷତିପୂରଣ ଦେଇଥିଲେ। କିନ୍ତୁ ଭେଲ୍ଲାପାଲ୍ଲି ଦେଇଥିବା ଚେକ୍‌ ବାଉନ୍ସ୍‌ ହୋଇଯାଇଥିଲା। ଏହି ମାମଲାରେ ନିକଟରେ ଭେଲ୍ଲାପାଲ୍ଳି ଦୁବାଇ ଯାଇଥିବାବେଳେ ତାଙ୍କୁ ଗିରଫ କରାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ମାମଲାରେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡ଼ି ତାଙ୍କ ପାଖକୁ ଚିଠି ଲେଖିଛନ୍ତି।

By amfnews

Related Post