Sun. Oct 18th, 2026

ଟ୍ୱିଟରେ ତ୍ରୁଟି; ଅଭୟଙ୍କ ବଦଳରେ ପୋଷ୍ଟ ହେଲା ବିଜୟଙ୍କ ଫଟୋ

386 Views

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗର ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଏକ ଟ୍ୱିଟ୍‌ରେ ତ୍ରୁଟି ଦେଖିବାକୁ ମିଳିଛି। ଶେଆର୍‌ ହୋଇଥିବା ଏହି ଟ୍ୱିଟ୍‌ରେ ଡିଜିପି ଅଭୟଙ୍କ ବଦଳରେ ପୂର୍ବତନ ଡିଜିପି ବିଜୟ କୁମାର ଶର୍ମାଙ୍କ ଫଟୋ ଲଗାଯାଇଥିବା ନଜର ଆସିଥିଲା। ହେଲେ କିଛି ଘଣ୍ଟା ମଧ୍ୟରେ ବିଭାଗ ପକ୍ଷରୁ ଉକ୍ତ ଭୁଲ୍‌କୁ ସଂଶୋଧନ କରାଯାଇଛି। ଏହାପରେ ବର୍ତ୍ତମାନର ଡିଜିପି ଅଭୟଙ୍କ ଫଟୋ ପୋଷ୍ଟ କରାଯାଇଛି।

ସୂଚନା ଅନୁଯାୟୀ, ଡିଜିପି ଅଭୟ କିଛି ଦିନ ପୂର୍ବେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଥିଲା। ଡିଜିପି ଅଭୟ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ବିରୋଧୀ ଅପରେସନର ସମୀକ୍ଷା କରିବା ସହ ଗୁରୁପ୍ରିୟା ସେତୁର ସୁରକ୍ଷା ନେଇ ସମୀକ୍ଷା କରିଥିବା ନେଇ ମଧ୍ୟ ଟ୍ୱିଟ୍‌ରେ ଉଲ୍ଲେଖ କରାଯାଇଥିଲା।

ଏହି ଟ୍ୱିଟ୍‌ରେ ଡିଜିପି ଅଭୟଙ୍କ ଫଟୋ ବଦଳରେ ପୂର୍ବତନ ଡିଜିପି ବିଜୟ କୁମାର ଶର୍ମାଙ୍କ ଫଟୋ ପୋଷ୍ଟ କରାଯାଇଥିଲା। ହେଲେ ପୋଷ୍ଟ କରାଯିବାର କିଛି ଘଣ୍ଟା ପରେ ଏହି ଟ୍ୱିଟ୍‌କୁ ସଂଶୋଧନ କରାଯାଇଥିଲା। ବିଜୟ ଶର୍ମାଙ୍କ ଫଟୋକୁ ହଟାଯାଇ ଡିଜିପି ଅଭୟଙ୍କ ଫଟୋ ପୋଷ୍ଟ କରାଯାଇଥିଲା।

 

By amfnews

Related Post