Thu. Jun 11th, 2026

ଟ୍ୟୁସନ ସାରି ଫେରିବା ବେଳେ ଗୋଧେଇବା ହେଲା କାଳ

937 Views

ନୀଳଗିରି : ଆଜି ସକାଳେ ଟ୍ୟୁସନ ସାରି ଘରକୁ ପେରୁଥିବା ବେଳେ ୩ ଜଣ ନାବାଳିକା ଛାତ୍ରୀ ପୋଖରୀ ଗୋଧୋଉଥିବା ବେଳେ ଏକ ବଡ଼ ଅଘଟଣ ଘଟିଛି। ପୋଖରୀରେ ଗୋଡ଼ ଖସିଯିବାରୁ ଗଭୀର ପାଣିରେ ଦୁଇ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ,  ନୀଳଗିରି ଏନଏସିର ୭ ନମ୍ବର ଓ୍ଵାର୍ଡ  ଅନ୍ତର୍ଗତ ବାଲିିଗହିରି ଗାଁର ବସନ୍ତ ବେହେରାଙ୍କ ୭ମ ଶ୍ରେଣୀରେ ପଢ଼ୁଥିବା ୧୨ ବର୍ଷୀୟ ଝିଅ ବନଶ୍ରୀ ବେହେରା, ୯ ନମ୍ବର ଓ୍ଵାର୍ଡ ଅନ୍ତର୍ଗତ କାହାଳିଆ ଗାଁର  ପରମେଶ୍ୱର ମହାରଣାଙ୍କ ୧୨ ବର୍ଷର ଝିଅ ଜ୍ୟୋତିରେଖା ମହାରଣା ଓ ମନୋରଞ୍ଜନ ବାରିକଙ୍କ ଝିଅ ଈଶ୍ୱରୀ ବାରିକ ଆଜି ସକାଳେ ସାଙ୍ଗ ହୋଇ ଟ୍ୟୁସନ ଯାଇଥିଲେ। ସେମାନେ ଟ୍ୟୁସନରୁ ଫେରି ବାଲିଗହିରୀ ଗାଁରେ ବସନ୍ତ ବେହେରାଙ୍କ ଘର ପାଖରେ ଥିବା ପୋଖରୀରେ ଗଧୋଉଥିିବା ବେଳେ  ଗୋଡ଼ ଖସିଯିବାରୁ ଜଣକ ପରେ ଜଣେ ଗଭୀର ଜଳ ଭିତରେ ବୁଡ଼ି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପାଣିରେ ପଶି ୩ ଜଣଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ବନଶ୍ରୀ ଓ ଜ୍ୟୋତିରେଖାଙ୍କୁ ମୃତ ଘୋଷଣା କରିଛନ୍ତି।

By amfnews

Related Post