Mon. Sep 21st, 2026

ଟ୍ରେନ୍‌ରେ ଜନ୍ମ ନେଲେ ୩ ଶିଶୁପୁତ୍ର, ଆଖି ବୁଜିଲେ ସମସ୍ତେ

275 Views

ଭଦ୍ରକ : ଭଦ୍ରକ ରେଲ୍‌ୱେ ଷ୍ଟେସନରେ ଆଜି ସକାଳେ ଜଣେ ମହିଳା ଟ୍ରେନ୍‌ରେ ୩ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ସମସ୍ତଙ୍କ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। ଅସୁରକ୍ଷିତ ପ୍ରସବ ଯୋଗୁ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳାଙ୍କ ଘର ଆସାମରେ ହୋଇଥିବା ବେଳେ ସେ ବାଙ୍ଗାଲୋରରେ ନିଜ ସ୍ୱାମୀଙ୍କ ପାଖରେ ରହୁଥିଲେ। ସେଠାରୁ ସେ ଜଣେ ସମ୍ପର୍କୀୟଙ୍କ ସହ ବେଙ୍ଗାଲୁର-ଗୌହାଟି ଏକ୍ସପ୍ରେସ୍‌ରେ ଆସାମ ଆସୁଥିଲେ। ହେଲେ ଆଜି ସକାଳେ ଟ୍ରେନ୍‌ର ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଫଳରେ ଟ୍ରେନ୍‌କୁ  ଭଦ୍ରକ ରେଲ୍‌ୱେ ଷ୍ଟେସନରେ ଅଟକା ଯାଇଥିଲା। ସେଠାରେ ଡାକ୍ତରଙ୍କ ସହାୟତାରେ ମହିଳାଜଣକ ୩ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।

ଏହାପରେ ମା’ ଓ ଛୁଆଙ୍କୁ ରେଳବାଇ ପୁଲିସ୍‌ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ନବଜାତଙ୍କର ମୃତ୍ୟୁ ଘଟିଥିଲା। ଅସୁରକ୍ଷିତ ପ୍ରସବ ଯୋଗୁ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।  ମହିଳା ଜଣକ ଏବେ ସୁସ୍ଥ ଥିବା ଜଣାପଡ଼ିଛି।

By amfnews

Related Post