Sat. Apr 25th, 2026

ଟ୍ରାଫିକ୍‌ ପୁଲିସ ଅଟକାଇବାରୁ ସେ କହିଲେ ମୁଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ; ହସି ଉଡ଼େଇ ଦେଲେ ଶିବରାଜ

270 Views

ଭୋପାଳ: ଶୁକ୍ରବାର ଦିନ ବିଧାନସଭା ବାହାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଜଣେ ବ୍ୟକ୍ତି ଓ ତାଙ୍କ ପରିବାରକୁ ଅଟକା ଯାଇଥିଲା। ସାଧାରଣତଃ, ଏଇ ଚାଲାଣ କାଟିବା ଘଟଣାଟି ହଠାତ୍‌ ଜନସାଧାରଣଙ୍କ ମଧ୍ୟରେ ଆଲୋଚ୍ୟ ବିଷୟ ପାଲଟିଗଲା। ପୁଲିସକୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀ କହିଲେ କି, ସେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଭିଣୋଇ। ଦରକାର ହେଲେ ତାଙ୍କୁ ଫୋନ୍‌ କରିବି।

ସେ ବାଟ ଦେଇ ଯାଉଥିବା ଲୋକେ ଏବଂ ଟ୍ରାଫିକ୍‌ ପୁଲିସ ସମଗ୍ର ଘଟଣାର ଭିଡିଓ ଉତ୍ତୋଳନ କରଥିଲେ। ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀ ଚୌହାନଙ୍କର ସମ୍ପର୍କୀୟ ବୋଲି କହୁଥିବା ଏହି ଭିଡିଓରୁ ଶୁଭୁଛି। ସେ କହୁଛନ୍ତି: ମୁଖ୍ୟମନ୍ତ୍ରୀ ମୋ ଶାଳକ। ତାଙ୍କ ସହ କଥା ହୁଅ। ଆପଣ ତାଙ୍କୁ ପଚାରୁ ନାହାନ୍ତି କାହିଁକି। ମୁଁ କ’ଣ ମିଛ କହୁଛି?

ସେ କେଉଁ ପ୍ରକାର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଛନ୍ତି ତାହା ଜଣାପଡ଼ି ନ ଥିଲେ ମଧ୍ୟ ଗୋଳମାଳିଆ ଅବସ୍ଥା ଯୋଗୁଁ ବ୍ୟସ୍ତବହୁଳ ରାସ୍ତାରେ ଯାନବାହନ ଚଳାଚଳ ଧୀମେଇ ଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଆଉ ଅଧିକ ଟ୍ରାଫିକ୍‌ ପୁଲିସ ମୁତୟନ କରାଯାଇଥିଲା।

ବିଧାନସଭା ବାହାରେ ଟ୍ରାଫିକ୍‌ ପୁଲିସଙ୍କ ସହ ଯୁକ୍ତି କରୁଥିବା ଜଣେ ଭିଣୋଇକୁ ଆପଣ ଚିହ୍ନନ୍ତି କି ବୋଲି ପରେ ସେ ଦିନ ମୁଖ୍ୟମନ୍ତ୍ରୀ ଚୌହାନଙ୍କୁ ପଚରାଯିବାରୁ ସେ କହିଲେ: ମଧ୍ୟପ୍ରଦେଶରେ ମୋର କୋଟି କୋଟି ଭଉଣୀ ଅଛନ୍ତି ଏବଂ ମୁଁ ଅନେକଙ୍କର ଶାଳକ। ଆଇନ୍‌କୁ ତା’ ବାଟରେ ଛାଡ଼।

By amfnews

Related Post