Sun. Oct 18th, 2026
249 Views

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ଘୁଡୁକାପଦର ଗାଁ ନିକଟରେ ଆଜି ସକାଳେ ଏକ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଛି। ମୃତ ଶ୍ରମିକର ନାଁ ପ୍ରଦୀପ ଦାସ। ତାଙ୍କ ଘର ଯଦୁପୁର ଗାଁରେ। ଆହତ ଡ୍ରାଇଭରଙ୍କ ନାଁ  ବିପ୍ର ମୂଳି। ତାଙ୍କ ଘର ଘୁଡୁକାପଦର ଗାଁରେ।

ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ  ଟ୍ରାକ୍ଟରରେ ବସିଥିବା ପ୍ରଦୀପ  ଓ ଡ୍ରାଇଭର ବିପ୍ର ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ  ପ୍ରଦୀପଙ୍କ ମୃତ୍ୟୁ ଘଟିଥିଲା।  ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରି ବ୍ରାହ୍ମଣପାଦ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଚକାପାଦ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ  ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post