Sun. Sep 6th, 2026

ଟ୍ରକ୍‌ ଧକ୍କାରେ ବାଇକ୍‌ ଚ‌ାଳକ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

350 Views

କଣ୍ଟାବଣିଆ, ଡିସେମ୍ବର ୦୬: ମୋଟଙ୍ଗା ଥାନା ନିମବାହାଳି-ଗୁଳେହି ରାସ୍ତା‌େର ବେରୁଆଁପାଳ ସ୍କୁଲ୍‌ ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଧକ୍କାରେ ଆଜି କଙ୍କାଳୁ ଗାଁର ମନୋର˚ଜନ ବାରିକ(୨୮) ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ, ମନୋରଂଜନ ତାଙ୍କ ବାଇକ୍‌ ( ଓଡି ୧୯ଏଲ୍‌- ୩୯୨୧ )ରେ ନିମବାହାଳି ଛକ ଆଡ଼କୁ ଯାଉଥିଲେ। ସମ୍ମୁଖରୁ ଏକ ସମେଣ୍ଟ ବୋଝେଇ ଟ୍ରକ୍ (ଓଆର‌୍‌ ୧୯ ବି – ୨୦୮୬) ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। କ୍ଷତି ପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ କଣ୍ଟାବଣିଆ, ମୋଟଙ୍ଗା, ବାଲିମୀ, ରାସୋଳ, ହିନ୍ଦୋଳ ଥାନା ଅଧିକାରୀଙ୍କ ସମେତ ହିନ୍ଦୋଳ ଏଓ୍‌ଡିପିଓ ସୁଧାକର ଜେନା ଓ ହିନ୍ଦୋଳ ଅତିରିକ୍ତ ତହସିଲଦାର ଦାଶରଥି ଜେନା ଉପସ୍ଥିତ ଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ମାଲିକଙ୍କ ପକ୍ଷରୁ କ୍ଷତିପୂରଣ ବାବଦକୁ ୨୫୦୦୦ ଟଙ୍କା ଓ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ମୃତକଙ୍କ ପରିବାରକୁ ପ୍ରଦାନ ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଏ ସଂପର୍କରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

By amfnews

Related Post