Sun. Sep 13th, 2026

ଟ୍ବିଟର ଓ ଫେସ୍‌ବୁକ୍‌ରେ ରାଜ୍ୟର ପ୍ରମୁଖ ଡାକ୍ତରଖାନା ଓ ନିର୍ଦେଶାଳୟ

298 Views

ଭୁବନେଶ୍ବର : ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତର କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଏବେ ସାମାଜିକ ଗଣମାଧ୍ୟମ ସହିତ ଯୋଡ଼ି ହୋଇଛି। ରାଜ୍ୟର ପ୍ରମୁଖ ସରକାରୀ ଡାକ୍ତରଖାନା ଓ ନିର୍ଦେଶାଳୟ ଟ୍ବିଟର ଓ ଫେସବୁକ୍‌ରେ ସାମିଲ ହୋଇଛନ୍ତି। ଏହିସବୁ ସଂସ୍ଥାର ଆକାଉଣ୍ଟକୁ ବ୍ୟବହାର କରି ସାଧାରଣ ନାଗରିକ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇ ପାରିବେ କିମ୍ବା ପ୍ରସ୍ତାବ ଦେଇ ପାରିବେ।

ଏହି ପର୍ଯ୍ୟାୟରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ, ରକ୍ତ ସୁରକ୍ଷା ନିର୍ଦେଶାଳୟ, କଟକସ୍ଥିତ ଶିଶୁ ଭବନ ଓ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ସାମାଜିକ ଗଣମାଧ୍ୟମରେ ନିଜର ଆକାଉଣ୍ଟ ଖୋଲିଛନ୍ତି। କଟକସ୍ଥିତ ଏସ୍‌ସିବିର ଟ୍ବିଟର ଆକାଉଣ୍ଟ @scbmchctc ହୋଇଥିବା ବେଳେ ଫେସବୁକ ଆକାଉଣ୍ଟ ଠିକଣା http://www.facebook.com/SCBMCHCTC ରହିଛି। ସେହିପରି କ୍ୟାପିଟାଲ ହସ୍ପିଟାଲର ଟ୍ବିଟର ଠିକଣା @capitalhospita4 ରହିଥିବା ବେଳେ ଫେସବୁକ ଆକାଉଣ୍ଟ ଠିକଣା http://www.facebook.com/capitalhospital.bhubaneswar ରହିଛି। ରକ୍ତ ସୁରକ୍ଷା ନିର୍ଦେଶାଳୟର ଟ୍ବିଟର ଠିକଣା @OdishaSbtc ଓ ଫେସବୁକ ଆକାଉଣ୍ଟ htttp://www.facebook.com/odishabloodsafety ରହିଛି। ଶିଶୁ ଭବନର ଟ୍ବିଟର ଠିକଣା @svppgip ଥିବା ବେଳେ ଏହାର ଫେସବୁକ ଆକାଉଣ୍ଟ ଠିକଣା ହେଉଛି https://www.facebook.com/sishubhawanctc/ । ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ଟ୍ବିଟର ଆକାଉଣ୍ଟ ଠିକଣା @Acharyacancer ରହିଥିବା ବେଳେ ଏହି ସଂସ୍ଥାର ଫେସବୁକ ଠିକଣା ହେଉଛି https://www.facebook.com/ahrcccuttack/ । ବୁର୍ଲାସ୍ଥିତ ଭିମ୍‌ସାର ଓ ବ୍ରହ୍ମପୁରର ଏମ୍‌ସିଜି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ କର୍ତୃପକ୍ଷ ତୁରନ୍ତ ସେମାନଙ୍କ ଟ୍ବିଟର ଓ ଫେସବୁକ ଆକାଉଣ୍ଟ କାର୍ଯ୍ୟକ୍ଷମ କରିବା ଲାଗି ନିର୍ଦେଶ ଦିଆଯାଇଛି।

ଟ୍ବିଟର ଓ ଫେସବୁକ ଠିକଣାରେ ଲୋକଙ୍କଠାରୁ କୌଣସି ପ୍ରକାର ଆପତ୍ତି ଅଭିଯୋଗ ପାଇବା ମାତ୍ରେ ତୁରନ୍ତ ଏହାର ସମାଧାନ ସହିତ ଆବଶ୍ୟକସ୍ଥଳେ ଉଚ୍ଚ କର୍ତୃପକ୍ଷଙ୍କୁ ଅବଗତ କରିବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ଅନ୍ୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକ ସେମାନଙ୍କର ନିଜସ୍ବ ‌ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଖୋଲିବା ପାଇଁ କୁହାଯାଇଛି।

By amfnews

Related Post