Thu. Aug 13th, 2026

ଟେଲି ଅଭିନେତ୍ରୀଙ୍କ ଘରୁ ଚୋରି : ଲକ୍ଷ ଲକ୍ଷ ଟଙ୍କା ଏବଂ ଗହଣା ନେଇ ଫେରାର ହେଲା ବୃଦ୍ଧ ମାତା-ପିତାଙ୍କ ଦେଖା ଶୁଣା କରୁଥିବା ନର୍ସ

366 Views

ନୂଆଦିଲ୍ଲୀ : ଜଣାଶୁଣା ମଡ଼େଲ ଏବଂ ଲୋକପ୍ରିୟ ଟେଲି ଅଭିନେତ୍ରୀ ଅପର୍ଣ୍ଣା କୁମାରଙ୍କ ଦିଲ୍ଲୀସ୍ଥିତ ଘରୁ ଚୋରି ହୋଇଥିବା ଖବର ମିଳିଛି । ଘରେ କାମ କରୁଥିବା ନର୍ସ ଏଭଳି କାମ କରିଥିବା ସାମ୍ନାକୁ ଆସିଛି । ଅଭିନେତ୍ରୀଙ୍କ ରୋଗୀଣା ମାତା-ପିତାଙ୍କ ଯତ୍ନ ନେଉଥିବା ନର୍ସ ଘରେ ଥିବା ସବୁ ଗହଣା ଏବଂ ଟଙ୍କା ନେଇ ଫେରାର ହୋଇଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ଅଭିଯୋଗ କରାଯିବା ପରେ ତଦନ୍ତ କରିବାରେ ଲାଗି ପଡ଼ିଛି ଦିଲ୍ଲୀ ପୁଲିସ ।

ସୂଚନା ମୁତାବକ, ମାଲବୀୟ ନଗରରେ ଥିବା ପଞ୍ଚଶୀଲ ପାର୍କରେ ଅଭିନେତ୍ରୀଙ୍କ ମାତା-ପିତା ରହି ଆସୁଥିଲେ। ମୁମ୍ବାଇରେ ରହୁଥିବାରୁ ଅପର୍ଣ୍ଣା ମାତା-ପିତାଙ୍କ ଦେଖା ଶୁଣା ପାଇଁ ଘରେ ଏକ ଅଞ୍ଜଳି ନାମକ ଜଣେ ନର୍ସକୁ ରଖିଥିଲେ । ଯିଏ ଘରର ସବୁ କାମ କରିବା ସହ ତାଙ୍କ ମାତା-ପିତାଙ୍କ ଯତ୍ନ ନେଉଥିଲେ । ମୁମ୍ବାଇରେ ସୁଟିଂରେ ବ୍ୟସ୍ତ ଥିବା ଅପର୍ଣ୍ଣାଙ୍କ ଦେହ ଖରାପ ହେବାରୁ ସେ ଦିଲ୍ଲୀସ୍ଥିତ ନିଜ ଘରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ ସେ ଅଞ୍ଜଳିକୁ ଘରେ ନ ପାଇ ପରଦିନ ସାବିତ୍ରୀ ନଗରରେ ରହୁଥିବା ଅଞ୍ଜଳିଙ୍କ ଘରେ ପହଞ୍ଚିଥିଲେ । କିନ୍ତୁ ସେଠାକୁ ଯିବା ପରେ ଅଞ୍ଜଳି ନିଜ ପରିବାର ସହ କୋଲକାତା ଯାଇଥିବା ଜଣା ପଡ଼ିଥିଲା

ପରେ ଅପର୍ଣ୍ଣାଙ୍କ ମନରେ ସନ୍ଦେହ ହେବାରୁ ଘରକୁ ଯାଇ ଦେଖିବା ପରେ ଘରେ ଥିବା ସବୁ ଟଙ୍କା ଏବଂ ସୁନା ଗହଣା ଚୋରି ହୋଇ ଯାଇଥିଲା । ଏହା ସହ ତାଙ୍କ ବାପାଙ୍କ ଆକାଉଣ୍ଟରୁ ମଧ୍ୟ ସବୁ ଟଙ୍କା ଅଞ୍ଜଳି କାଢ଼ି ନେଇଥିବା ଜଣା ପଡ଼ିଥିଲା । ସବୁ ଜଣା ପଡ଼ିବା ପରେ ପୁଲିସରେ ଅଭିଯୋଗ କରିଥିଲେ ଅପର୍ଣ୍ଣା ।

By amfnews

Related Post