Fri. Apr 24th, 2026

ଟୁଇଟରରେ ଭିକ ମାଗିବା ହେଉଛି ଯୁବକଙ୍କ ପେସା, ଏହି ଅନ୍‌ଲାଇନ୍‌ ଭିକାରିଙ୍କ ରୋଜଗାର ଓ ଜୀନବଶୈଳୀ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

346 Views

ନୂଆଦିଲ୍ଲୀ,15 Feb. 2019: ଧାର୍ମିକସ୍ଥଳ, ଟ୍ରାଫିକ୍‌ ସଗ୍‌ନାଲ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ସାଧାରଣତଃ ଭିକାରୀଙ୍କୁ ଭିକ ମାଗିବାର ଦେଖିବାକୁ ମିଳିଥାଏ। ତେବେ ଆପଣ କ’ଣ କୌଣସି ଯୁବକଙ୍କୁ ସୋସିଆଲ ମିଡିଆରେ ଭିକ ମାଗିବାର ଦେଖିଛନ୍ତି। ଯଦି ନା, ତେବେ ଏହି ନ୍ୟୁୟର୍କ ଭିକାରୀଙ୍କ ଅନ୍‌ଲାଇନ୍‌ ଭିକ ମାଗିବା କାହାଣୀ ଶୁଣନ୍ତୁ।

ନ୍ୟୁୟର୍କରେ ବସବାସ କରୁଥିବା ଜଣେ ୨୫ବର୍ଷୀୟ ଯୁବକ ସୋସିଆଲ ମିଡିଆ ପ୍ଲେଟଫର୍ମ ଟୁଇଟରରେ ଭିକ ମାଗୁଛନ୍ତି। ନିଜର ଏହି ପେସା ଜରିଆରେ ସେ ମାସକୁ ଲାକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ଆୟ କରି ପାରୁଛନ୍ତି। ଏହି ଟଙ୍କା ଜରିଆରେ ସେ ବିଳାସପୂର୍ଣ୍ଣ ଜୀବନଶୈଳୀ ବଞ୍ଚିବା ସହିତ ନିଜର ସମସ୍ତ ଇଚ୍ଛାକୁ ବି ପୂରଣ କରି ପାରୁଛନ୍ତି।

ଟୁଇଟରରେ ଭିକ ମାଗୁଥିବା ଏହି ଯୁବକଙ୍କ ନାମ ଜୋବନ ହିଲ ବୋଲି ଜଣାପଡ଼ିଛି। ଜୋବନ ଭିକ ମାଗିବା ପେସାକୁ ଆପଣାଇବା ପୂର୍ବରୁ ଏକ ରେସ୍ତୋରାଁରେ କାମ କରୁଥିଲେ। ଏଠାରେ ତାଙ୍କୁ ମାସକୁ ୮୭ହଜାର ଟଙ୍କା ଦରମା ମିଳୁଥିଲା। ଏତଦ୍‌ ବ୍ୟତୀତ ସେ କଲେଜରେ ପାଠପଢ଼ୁଥିବା ସମୟରେ ଲୋକମାନଙ୍କ ଘରକୁ ଯାଇ ଚିକିତ୍ସା ମଧ୍ୟ କରି ଥାଆନ୍ତି। ଏଥିରୁ ସେ ଯେତିକି ରୋଜଗାର କରନ୍ତି ସେଥିରେ ସେ ସନ୍ତୁଷ୍ଟ ନଥିଲେ। ଏଥିପାଇଁ ସେ ଏହି କାମକୁ ଛାଡି ଅନ୍‌ଲାଇନ୍‌ରେ ଭିକ ମାଗିବା କାମ ଆରମ୍ଭ କରି ଦେଇଥିଲେ।

ଜୋବନଙ୍କ ଟୁଇଟରରେ ୧ଲକ୍ଷ ୧୦ ହଜାର ଫଲୋୟର୍ସ ଅଛନ୍ତି। ଯାହାଙ୍କୁ ସେ ଟଙ୍କା ମାଗି ଥାଆନ୍ତି। ଜୋବନଙ୍କ ଦାବି ହେଉଛି, ସେ ଟୁଇଟରରେ ନିଜର ଫଲୋୟୋର୍ସଙ୍କୁ ସେବା ଯୋଗାଇ ଥାଆନ୍ତି। ଏଥିରେ ଫଲୋୟର୍ସ ଖୁସି ହୋଇ ତାଙ୍କୁ ଟଙ୍କା ଦେଇଥାଆନ୍ତି।

By amfnews

Related Post