Fri. Aug 14th, 2026

ଟିଭି ଡିବେଟରେ ବିଜେପି ମୁଖପାତ୍ର କହିଲେ ‘ଭଦ୍ରତାପୂର୍ବକ ତର୍କ କରନ୍ତୁ, ତା’ନହେଲେ ଆପଣଙ୍କ ଭଳି ଲୋକଙ୍କୁ ଠିକ୍‌ କରିବା ମୋତେ ଆସେ’

253 Views

ନୂଆଦିଲ୍ଲୀ  : ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଏକ ଟିଭି ଚାନେଲରେ ଡିବେଟ୍‌ରେ ଜଣେ ବିଜେପି ମୁଖପାତ୍ର ଓ କଶ୍ମୀର ପ୍ୟାନେଲିଷ୍ଟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଘଟଣାର ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି ଏକ ଜାତୀୟ ନିଉଜ୍‌ ଚାନେଲରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହେଉଥିଲା।

ଏଥିରେ ଆଙ୍କର ଅଂଜନା ଓମ୍‌ କଶ୍ୟପଙ୍କ ସହିତ ଡିବେଟ୍‌ରେ ବିଜେପି ମୁଖପାତ୍ର ଗୌରବ ଭାଟଆ,କଶ୍ମୀରର ପ୍ୟାନେଲିଷ୍ଟ ତଥା ରାଜନୀତି ସମୀକ୍ଷକ ସଲମାନ୍‌ ନିଜାମୀ ଓ ସିପିଏମ୍‌ ନେତା ସୁନୀତା ଚୋପ୍ରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ବିତର୍କ ସମୟରେ ଏଭଳି ସ୍ଥିତି ଉପୁଜିଲା ଯେ ବାଧ୍ୟ ହୋଇ ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଲେ,ଭଦ୍ରତାପୂର୍ବକ ତର୍କ କରନ୍ତୁ, ତା’ନହେଲେ ଆପଣଙ୍କ ଭଳି ଲୋକଙ୍କୁ ଠିକ୍‌ କରିବା ମୋତେ ଆସେ। ବହୁତ ସମୟ ଧରି ଆପଣଙ୍କ କଥା ଶୁଣିଲି..।’

Image result for gaurav bhatia
ଗୌରବ ଭାଟିଆଙ୍କୁ ରୋକିବା ଲାଗି ଉଦ୍ୟମ କରି ରାଜନୀତି ସମୀକ୍ଷକ ସଲମାନ୍‌ ନିଜାମୀ କହିଲେ,‘ଗୁଳି ମାରିବେ କି? କେମିତି ଠିକ୍‌ କରିବେ ଆପଣ, ଗୁଳି ମାରନ୍ତୁ। ଧମକ ଦେଉଛନ୍ତି,ତ ଗୁଳି ମାରନ୍ତୁ। ଏହା ତ ଆମ ଉପରେ ଜୁଲମ।’

By amfnews

Related Post