Sat. Jul 25th, 2026

ଟରକ୍ୟୁ ଫାର୍ମାସ୍ୟୁଟିକାଲ ସଂସ୍ଥା ଉପରେ ଚଢ଼ଉ

281 Views

ଭୁବନେଶ୍ୱର : ଅନାଧିକୃତ ସଂସ୍ଥାକୁ ମେଡିସିନ୍ ବିକ୍ରି କରୁଥିବା ଅଭିଯୋଗରେ ଗତକାଲି ଡ୍ରଗ୍ସ କଣ୍ଟ୍ରୋଲ ପକ୍ଷରୁ ବମିଖାଲ ଅଞ୍ଚଳର ଟରକ୍ୟୁ ଫାର୍ମାସ୍ୟୁଟିକାଲ ନାମକ ଏକ ସଂସ୍ଥା ଉପରେ ଚଢ଼ଉ କରାଯାଇଛି। ପ୍ରସାଧାନ ସାମଗ୍ରୀ ନାଁରେ ଏହି କମ୍ପାନୀ କିଛି ଅନାଧିକୃତ ସଂସ୍ଥାକୁ ମେଡିସିନ୍ ବିକ୍ରି କରୁଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଛି।

ସଂସ୍ଥାର ଉତ୍ପାଦ ବ୍ୟବହାର ପରେ ପାର୍ଶ୍ୱପ୍ରତିକ୍ରିୟା ହେଉଥିବାରୁ ଏହାକୁ ନେଇ ପୂର୍ବରୁ ଅଭିଯୋଗ ଆସିଥିଲା। ପରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶ ଅନୁସାରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ୯ଟି ଡ୍ରଗ୍ ସାମ୍ପୁଲ ଜବତ କରାଯାଇଥିଲା। ଏହାର ଗୁଣବତ୍ତା ପରୀକ୍ଷା ପାଇଁ ପଠାଯାଇଛି।

ଏହାସହ ସଂପୃକ୍ତ ଫାର୍ମାସ୍ୟୁଟିକାଲ ବିରୋଧରେ ମାମଲା ରୁଜୁ ହୋଇଛି। ପ୍ରସାଧାନ ସାମଗ୍ରୀ ନାଁରେ ବ୍ୟାପକ ଭାବେ ଔଷଧ ବିକ୍ରି ହେଉଥିବାରୁ ଏହା ଉପରେ ନଜର ରଖିବାକୁ ଡ୍ରଗ୍ସ କଣ୍ଟ୍ରୋଲର ଡ୍ରଗ୍ ଇନସ୍ପେକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post